ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ ଆଦମୀ ପାର୍ଟି ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ଦିଲ୍ଲୀ ପୋଲିସ ମୁଖ୍ୟ ଅଭିଯୁକ୍ତ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ଶନିବାର ଗିରଫ କରିଛି। ବିଭବ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ। ସ୍ୱାତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବାବେଳେ ବିଭବ ତାଙ୍କୁ ମାରପିଟ କରିବା ସହିତ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସ୍ୱାତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ବିଭବ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ଏସଏଚଓ ଏବଂ ଅତିରିକ୍ତ ଡିସିପିଙ୍କ ସହିତ ପୋଲିସ ଟିମ୍ ଶନିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲା। ସେଠାରୁ ବିଭବଙ୍କୁ ପୋଲିସ ଗିରଫ କରିଥିଲା। ଅନ୍ୟପଟେ ଗିରଫଦାରି ପୂର୍ବରୁ ବିଭବ ପୋଲିସକୁ ଏକ ମେଲ୍ କରିଥିଲେ। ପୋଲିସ କୁ ସେ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଲେଖିଥିଲେ। ଏତଲା ସମ୍ପର୍କରେ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଏତଲା ସମ୍ପର୍କରେ କୌଣସି ନୋଟିସ ପଠାଯାଇ ନାହିଁ ବୋଲି ମେଲ୍ରେ ଦର୍ଶାଇଛନ୍ତି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….