ରିପୋର୍ଟ କାର୍ଡ / ଜୟପୁର
କୋରାପୁଟ ଜିଲ୍ଲା ଲମତାପୁଟର ବ୍ଲକର ୫ ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତବାସୀଙ୍କୁ କୋଲାବ ନଦୀ ବ୍ରିଜ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଦୀ ଉପରେ ଏବେ ହାଇ ଲେବଲ ବ୍ରିଜ୍ ନିର୍ଣାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲମତାପୁର ବ୍ଲକର ମୁଖ୍ୟତଃ କୁମାରଗଞ୍ଜନା, ବନମାଳିପୁଟ, ଓମବେଲ ଓ ଟିକରପଡା ପଞ୍ଚାୟତର ଲୋକଙ୍କ ଦୁଖଃ ଥିଲା କୋଲାବ ନଦୀ । ଏହି ସମସ୍ତ ପଞ୍ଚାୟତରେ ପ୍ରାୟ ୨୦ ହଜାର ଲୋକେ ବସବାସ କରନ୍ତି । ହେଲେ ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ନଦୀ ଦେଇ ଦେଶୀ ଡଙ୍ଗାରେ ଯାତାୟତ କରନ୍ତି ଅଞ୍ଚଳବାସୀ । ନଦୀ ଉପରେ ଏକ ପୋଲ ନିର୍ଣାଣ ପାଇଁ ବହୁବାର ଦାବି କରିଆସୁଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..