ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩ ଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟରେ ପହଂଚିଛନ୍ତି। ତେବେ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଜୋ’ ବାଇଡେନ ଗତକାଲି ମୋଦିଙ୍କୁ AI ଲେଖାଥିବା ଏକ ଟି- ସାର୍ଟ ଉପହାର ଦେଇଛନ୍ତି। ଆମେରିକା କଂଗ୍ରେସକୁ ସମ୍ବୋଧନ ବେଳେ ମୋଦି AI ଶବ୍ଦ ଉଚ୍ଚାରଣ କରିଥିଲେ। ଏହା ଆମେରିକା ଓ ଭାରତର ଦୃଢ଼ ସମ୍ବନ୍ଧକୁ ସୂଚାଉଥିବା କହିଥିଲେ। ଗତ ୭ ବର୍ଷ ମଧ୍ୟରେ ବହୁ କିଛି ପରିବର୍ତ୍ତନ ଘଟିଛି। ଆମେରିକା ଓ ଭାରତର ବନ୍ଧୁତା ପୂର୍ବ ପରି ଅତୁଟ ରହିଛି। ଏବେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ଯୁଗରେ ଆମେରିକା ଭାରତର ସମ୍ବନ୍ଧ ବି ଖୁବ୍ ଦୃଢ ହେବାରେ ଲାଗିଛି। ଏହାପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ବାଇଡେନ ମୋଦିଙ୍କୁ ଉକ୍ତ ଟି-ସାର୍ଟ ଉପହାର ଦେଇଥିଲେ। ଏହି ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିବେ ବେଳେ ୟୁଏସ୍ କଂଗ୍ରେସକୁ ସମ୍ବୋଧନ କରିଥିଲେ।






More Stories
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..