ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାନରେ ହମାସର ରାଜନୈତିକ ମୁଖ୍ୟଙ୍କ ହତ୍ୟାରେ ସମ୍ପୃକ୍ତି ଥିବା ନେଇ ଇସ୍ରାଏଲ ଏପର୍ଯ୍ୟନ୍ତ ସ୍ୱୀକାର କରିନାହିଁ। କିନ୍ତୁ ସମଗ୍ର ବିଶ୍ୱରେ ଇସ୍ମାଇଲ ହାନିୟେହଙ୍କ ହତ୍ୟା ପଛରେ ଇସ୍ରାଏଲର ହାତଥିବା କୁହାଯାଉଛି। ଏହି ହତ୍ୟାର ସମୟ ଏବଂ ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ଆମେରିକାକୁ କ୍ଷୁବ୍ଧ କରିଛି । ଯୁଦ୍ଧ ପରିସ୍ଥିତିରେ ଇସ୍ରାଏଲ ସହ ଆମେରିକା ରହିବ ବୋଲି କୁହାଯାଇଥିଲେ ମଧ୍ୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କେତେକ ପଦକ୍ଷେପକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିରୋଧ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବାଇଡେନ ବିରକ୍ତି ପ୍ରକାଶ କରିବା ସହ ‘ମୋତେ ବୋକା ବନାଇବା ବନ୍ଦ କରନ୍ତୁ’ ବୋଲି କହିଛନ୍ତି। ଇସ୍ରାଏଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଇଡେନ ନିକଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଫୋନ୍ରେ କଥାବାର୍ତ୍ତା କରିଥିଲେ। ଏହି ସମୟରେ ବାଇଡେନ କ୍ରୋଧିତ ହୋଇ ନେତାନ୍ୟାହୁଙ୍କୁ କହିଥିଲେ ଯେ ମୋ ସହ ଅଯଥା କଥା ହେବା ଏବଂ ମୋତେ ବୋକା ବନାଇବା ବନ୍ଦ କରନ୍ତୁ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….