Report Card Odisha

| Daily Odia News

ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାବରେ ଚାଷକାମ ବାଧାପ୍ରାପ୍ତ ହୋଇଛି | ଅସ୍ଵାଭାଭିକ ବର୍ଷ ଯୋଗୁ ନବରଙ୍ଗପୁର ଜିଲ୍ଲାର କମା ଓ ଧାନ ଚାଷୀ ଚିନ୍ତାରେ ପଡିଛନ୍ତି | ଅନ୍ୟପଟେ ବର୍ଷ ଅଭାବରୁ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳସ୍ତର ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଥିବାରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବ ନେଇ ଆଶଙ୍କା ଦେଖା ଦେଇଛି | ୧୯୭୮ ମସିହାର କପୁର, ମୁରନ, ପୋଡ଼ଗଡ଼ ଏବଂ ଇନ୍ଦ୍ରାବତୀ ନଦୀରେ ବନ୍ଧ ବାନ୍ଧି ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନ ଆରମ୍ଭ ହୋଇ ୧୯୯୯ ମସିହାରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା | ୧୧୦ ବରଂ କିଲୋମିଟର ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨.୫ ମିଟର ରହିଥିବା ବେଳେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇଛି | ଗତବର୍ଷ ୱାଗସ୍ଥ ୧୫ ତାରିଖରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୯୪୧ ମିଟରରେ ପହଞ୍ଚିବାରୁ ଜଳଭଣ୍ଡାରର ୨ ଟି ଫାଟକ ଖୋଲା ଯାଇଥିଲା | ତେବେ ଚଳିତ ବର୍ଷ ଅଗଷ୍ଟ ମାସ ୨୯ ତାରିଖ ତଥା ଆଜି ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୩୧.୪୯ ନିତାର ରହିଛି | ଗତବର୍ଷ ଅପେକ୍ଷା ଜଳସ୍ତର ୧୦ ମିଟର କାମ ଥିବାରୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ଦେଖାଦେଇଛି | ଯଦି ଜଳଭଣ୍ଡାରର ଜଳସ୍ତର ୬୨୫ ମିଟର ତଳକୁ ଆସେ ତେବେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି | ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଜଳସ୍ତର ୬୪୧ ମିଟରରେ ପହଞ୍ଚି ନପାରିଲେ ବର୍ଷ ତମାମ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବାଧା ସୃଷ୍ଟି ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ବର୍ତ୍ତମାନ ଇଣ୍ଡରବତୀ ଡ୍ୟାମର ଜଳକୁ ବିନିଯୋଗ କରି କଳାହାଣ୍ଡି ଜିଲ୍ଲାର ମୂଖିଗୁଡା ସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୪ଟି ତରବାଇନ ମାଧ୍ୟମରେ ଦୈନିକ ୬୦୦ ମେଗାୱାଟ ବିଦ୍ୟୁ ଉତ୍ପାଦନ ହେଉଛି | କିନ୍ତୁ ବର୍ଷ ଅଭାବ କଂଗ ଚଳିତ ବର୍ଷ ବର୍ଷ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବାରୁ ବର୍ଷ ତମାମ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି |

 

Breaking News