ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ବଡ଼ ପୁରସ୍କାର ରାଶି। ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏଥିସହିତ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଆସିବ। ଗୋଟିଏ ଦିନରେ ୫ ହଜାର କୋଟି ଟଙ୍କା ସରକାର ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ।
ବଡ଼ ଘୋଷଣା କରି ପ୍ରଭାତୀ କହିଛନ୍ତି, ପ୍ରତି ଅଙ୍ଗନଓ୍ବାଡି କର୍ମୀଙ୍କୁ ୧୫ଶହ ଓ ସହାୟକଙ୍କୁ ୫ଶହ ଟଙ୍କା ମିଳିବ। ସେହିପରି ସଶକ୍ତ ଓଡ଼ିଶା ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରିବୁ। ପ୍ରତି ଗାଁରେ ୫ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ ରହିଥିବା ପ୍ରଭାତୀ କହିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..