Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ନିଯୁକ୍ତି ହେବେ ୧୬,୦୧୦ ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁରୁଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୩ ସପ୍ତାହ ମଧ୍ୟରେ ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ହେବା ନେଇ ମୁଖ୍ୟମନ୍ତ୍ରୀ ଗୁରୁଦିବସ ଅବସରରେ ମଧ୍ୟ ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ ହେବ। ଏହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏଭଳି ୫ ଶହ ସ୍କୁଲ ନିର୍ମାଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାତୟରେ ଏଭଳି ସ୍କୁଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Breaking News