ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରହିଥିବା ଫେଲ୍ ନ ହେବା କଟକଣାକୁ ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ ପାରିବ। ସେହିପରି ସେମାନେ ପରବର୍ତ୍ତୀ କ୍ଲାସକୁ ମଧ୍ୟ ଯାଇ ପାରିବେ ନାହିଁ। ତେବେ ୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।ଉକ୍ତ ରିଟେଷ୍ଟରେ କୃର୍ତ୍ତକାର୍ଯ୍ୟ ହେଲେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଗୁଡ଼ିକରେ ଏହି ନିୟମ ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……