ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶକୁ ଚଳାଉଛନ୍ତି ବଡ ବଡ କମ୍ପାନି | ଏକ କାର୍ଯ୍ୟକ୍ରମରେ ଭାରତୀୟ କିଷାନ ସଂଘର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି | ଚାଷୀ ଆନ୍ଦୋଳନ ଏବଂ ଚାଷୀ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ଏହା ମଧ୍ୟ କହିଛନ୍ତି ରାକେଶ ଦେଶକୁ ଅମ୍ବାନୀ-ଆଦାନୀ ଭଳି ଲୋକେ ଚଲାଉଛନ୍ତି । ଗୁଜୁରାଟରେ ଆମ୍ବ ଚାଷ ହେଉଥିବା ୬୦ ଗାଁର ଜମିକୁ ରିଲାଏନ୍ସ କିଣିନେଲା । ମୁମ୍ବାଇରେ ବସି ଗୁଜୁରାଟରେ ଆମ୍ବ ଚାଷ କରି ଏମାନେ ଲାଭବାନ ହେଉଛନ୍ତି କିନ୍ତୁ ଗୁଜୁରାଟରେ ରହି ଆମ୍ବ ଚାଷ କରି ସେମାନେ କ୍ଷତି ସହୁଛନ୍ତି । ଗୁଜୁରାଟରେ ଭୟର ବାତାବରଣ ରହିଛି । ଗୁଜୁରାଟରେ କେହି ଚାଷୀଙ୍କ ସମର୍ଥନରେ ବାହାରିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି । ଲୋକ ଏଠାରେ ସରକାରଙ୍କୁ ଡରୁଛନ୍ତି । ଏମଏସପି ହଟାଇବା ଆମର ଦାବି ଥିଲା । ଏଥିରେ ସରକାରଙ୍କର କୌଣସି କ୍ଷତି ହେବନାହିଁ । ଏମଏସପିରେ ବଡ ବଡ କମ୍ପାନିଙ୍କୁ କ୍ଷତି ହେବ । ଚାଷୀଙ୍କୁ ସରକାର କୌଣସି ସହଯୋଗ କରୁନାହାନ୍ତି । ସରକାରଙ୍କ ଗୋଟିଏ ଲକ୍ଷ ଚାଷୀଙ୍କର କ୍ଷତି ହେଉ ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..