Report Card Odisha

| Daily Odia News

ବାତ୍ୟାକୁ ନେଇ ଆସିଲା ବଡ ଖବର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା | ୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା। ଅକ୍ଟୋବର ଶେଷରେ ଓଡ଼ିଶାରେ ପଡ଼ିପାରେ ଲା ନିନାର ପ୍ରଭାବ। ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜର ରହିଛି ।ଆଉ ଅଳ୍ପଦିନ ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ତେବେ ଅକ୍ଟୋବର ମାସରେ ବାତ୍ୟା ଭୟ ରହିଥାଏ।

Breaking News