ରିପୋର୍ଟ କାର୍ଡ / ପାଟନା
ଜମି ବଦଳରେ ଚାକିରି ଦେବା ମାମଲାରେ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ତ୍ରୀ ରାବ୍ରି ଦେବୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି ବିଷୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତାଙ୍କୁ ପଚରାଯିବାର ସମ୍ଭାବନା ରହିଛି । ପ୍ରକାଶ ଯେ, ଜମି ବଦଳରେ ଚାକିରି ଦେବା ମାମଲାରେ ଗତ ବର୍ଷ ମେ’୧୮ରେ ସିବିଆଇ ଏକ ମାମଲା ରୁଜୁ କରିଥିଲା । ୧୮ ଅକ୍ଟୋବରରେ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ ହୋଇଥିଲା ବେଳେ ୧୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ତାଙ୍କ ଓସିଡି ଥିବା ଭୋଳା ଯାଦବଙ୍କୁ ଏହି ମାମଲାରେ ସିବିଆଇ ଗିରଫ କରିଥିଲା। ଏହି ମାମଲାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ମଧ୍ୟ ୩ ଥର ସିବିଆଇ ପଚରାଉଚରା କରିସାରିଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..