Report Card Odisha

| Daily Odia News

ଭୋ ଭୋ ହୋଇ କାନ୍ଦିଲେ ପପୁ ଯାଦବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନ ତାରିଖପାଖେଇ ଆସୁଥିବା ବେଳେ ରୋଚକ ହେଉଛି ରାଜନୀତିତେ | ବିହାରରେ ଟିକେଟ ବଣ୍ଟନ ଅଙ୍କ ଏଯାଏଁ ଛିଣ୍ଡିନି। ଏଠାରେ ଟିକେଟ ବାଣ୍ଟନକୁ ନେଇ ଉତ୍ତେଜନା ଲାଗିଛି। ଏଠାକାର ପୂର୍ଣ୍ଣିୟା ଲୋକସଭ ସିଟ୍‌ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଜିଦ୍‌ ଧରି ବସିଛନ୍ତି ପପୁ ଯାଦବ। ଏହାକୁ ନେଇ ସେ ଗୁରୁବାର ସ୍ୱାଧୀନ ଭାବେ ଏହି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସେ ଲୋକଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦି ଥିବା ନଜର ଆସିଛନ୍ତି | ନାମାଙ୍କନ ଦାଖଲ ପରେ ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ପପୁ ଯାଦବ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ମଞ୍ଚ ଉପରେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଥିଲେ। ନିଜ ଭାଷଣ ମାଧ୍ୟମରେ ସେ ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଗତ ୧୪ ଦିନ ହେବ ମୋତେ ଅପମାନିତ କରାଯାଉଛି। କଂଗ୍ରେସ ସହିତ ମୋ ଦଳର ମିଶ୍ରଣ ପୂର୍ବରୁ ମଧ୍ୟ ମୁଁ ଲାଲୁ ଯାଦବଙ୍କୁ ଭେଟିଥିଲି। ମୁଁ ପୂର୍ଣ୍ଣିୟା ଛାଡି କୌଣସି ସ୍ଥାନକୁ ଯାଇ ପାରିବି ନାହିଁ ବୋଲି କହିଛି। ମୁଁ କେବଳ ପୂର୍ଣ୍ଣିୟାରୁ ନିର୍ବାଚନ ଲଢିବି। ଏହା ସତ୍ତ୍ୱେ ପୂର୍ଣ୍ଣିୟାରେ ଆରଜେଡି ପ୍ରାର୍ଥୀକୁ ମନୋନୀତ କରାଗଲା। ଏଭଳି କିଛି କହି ସେ ଭାବୁକ ହୋଇପଡିଥିଲେ ଓ କାନ୍ଦିବାକୁ ଲାଗିଥିଲେ। ସେ କହିଛନ୍ତି, ‘କଂଗ୍ରେସର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧି ତାଙ୍କୁ ସମ୍ମାନ ଦେଇଛନ୍ତି। ସେ କଦାପି କଂଗ୍ରେସଠାରୁ ଅଲଗା ହେବେ ନାହିଁ। କିନ୍ତୁ କଂଗ୍ରେସ ଏବଂ ଆରଜେଡିର କିଛି ନେତା ତାଙ୍କ ବିରୋଧରେ ଛିଡା ହୋଇଛନ୍ତି। ସର୍ବଶେଷରେ, ମୁଁ କେଉଁ ଭୁଲ କରିଛି ବୋଲି ସେ ପ୍ରଶ୍ନ କରିଥିଲେ। ମୁଁ ଗତ ଏକ ବର୍ଷ ଧରି ପୂର୍ଣ୍ଣିୟାର ପ୍ରତ୍ୟେକ ଘର ସହିତ ସଂଯୋଗ କରିଛି। ପୂର୍ଣ୍ଣିୟା ଅଧୀନରେ ଥିବା ପ୍ରତ୍ୟେକ ଗାଁକୁ ଯାଇଛି। ମୁଁ ଜାତିଗତ ରାଜନୀତି କରେ ନାହିଁ।’ କହିରଖୁ, ଯେତେବେଳେ ବିହାରରେ ଇଣ୍ଡିଆ ଆଲାଇନ୍ସରେ ସିଟ୍ ବଣ୍ଟନ ହୋଇଥିଲା ସେତେବେଳେ ପୂର୍ଣ୍ଣିଆ ସିଟ୍ ଆରଜେଡି ଖାତାକୁ ଆସିଥିଲା। କିନ୍ତୁ ପପୁ ଯାଦବ ଏହି ଆସନ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ପପୁ ଯାଦବ ଏହି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଦ୍ ଧରିଛନ୍ତି। ଗୋଟିଏ ପଟେ ଆରଜେଡି ପ୍ରାର୍ଥୀ ବିମା ଭାରତୀ ନାମାଙ୍କନ ଦାଖଲ କରିଥିବାବେଳେ କଂଗ୍ରେସ ନେତା ପପୁ ଯାଦବ ମଧ୍ୟ ସ୍ୱାଧୀନ ଭାବେ ନିଜ ନାମାଙ୍କନ ଦାଖଲ କରିଛନ୍ତି।

Breaking News