ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାୟକ ତଥା ‘ବିଜେପି’ ନେତା ଜୀବେଶ କୁମାରଙ୍କୁ ଉଠାଇ ନେଇ ବିଧାନସଭା ବାହାରେ ଫିଙ୍ଗି ଦିଆଯାଇଥିବା ଜଣାପଡିଛି। ବିଧାନସଭା ବାହାରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ୪ଜଣ ମାର୍ସାଲ୍ ‘ବିଜେପି’ ବିଧାୟକ କୁମାରଙ୍କୁ ଉଠାଇ ନେଉଥିବା ଦେଖାଯାଉଛି। ସେତେବେଳେ କୁମାର କହୁଛନ୍ତି, ବିରୋଧୀ ନେତାମାନଙ୍କ ସହିତ ସେମାନଙ୍କର ବ୍ୟବହାର ଏମିତି। ସେପଟେ, ଜୀବେଶ କୁମାରଙ୍କ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟର ରାଜ୍ୟ ସରକାର କହିଛନ୍ତି ଯେ, ସେ ବାଚସ୍ପତିଙ୍କୁ ଅପମାନିତ କରିଥିଲେ। ବିହାର କୃଷିମନ୍ତ୍ରୀ କୁମାର ସର୍ବଜୀତ ଗଣମାଧ୍ୟମକୁ କହିଛନ୍ତି, ଆଜି ବିରୋଧୀ ଦଳର କେତେକ ନେତା ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି। ସେମାନେ ତାଙ୍କୁ ନିର୍ଲଜ୍ଜ କହିଛନ୍ତି। ଏହା ହେଉଛି ବିଧାନସଭା ପ୍ରତି ବଡ଼ ଅପମାନ। ବିହାରରେ ହିଂସାକାଣ୍ଡ ଘଟିବା ପରେ ଅତିରିକ୍ତ ପାରାମିଲିଟାରି ଫୋର୍ସ ପଠାଇବା ଲାଗି ଗୃହମନ୍ତ୍ରାଳୟ ସ୍ଥିର କରିଥିଲା। କିନ୍ତୁ, କୁମାର ସର୍ବଜୀତ୍ ଗୁରୁତ୍ବାରୋପ କରି କହିଛନ୍ତି, ସମ୍ପ୍ରତି ସମଗ୍ର ରାଜ୍ୟରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, କେତେକ ଲୋକଙ୍କ ବିଶୃଙ୍ଖଳା ଯୋଗୁଁ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖା ଦେଇଥିଲା। ସେ କହିଛନ୍ତି, ରାମ ନବମୀ ମହୋତ୍ସବ ସମୟରେ ସାସାରାମ୍ ଓ ବିହାର ଶରିଫ୍ରେ ସାମ୍ପ୍ରଦାୟିକ ଉତ୍ତେଜନା ଉଦ୍ବେଗଜନକ। ଏ ଅଞ୍ଚଳର ଏ ପ୍ରକାର ଘଟଣା ପ୍ରଥମ। ଏହା ସ୍ବାଭାବିକ ନୁହେଁ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..