ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିବାଦୀୟ ହୋଇଛନ୍ତି ବିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ଏନଡ଼ିଏ ସମର୍ଥିତ ଜଣେ ମୁସଲିମ କର୍ମୀ ତାଙ୍କୁ ଟୋପି ପିନ୍ଧାଇବାକୁ ଚାହିଁଥିଲେ, କିନ୍ତୁ ସେ ମନା କରିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ସମ୍ରାଟ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଦ ଗ୍ରହଣ କରିବା ପରଠାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକ ଏବଂ ଦଳୀୟ କର୍ମୀଙ୍କୁ ସେ ଭେଟୁଛନ୍ତି। ଶୁକ୍ରବାର ମୁସଲିମ ସମ୍ପ୍ରଦାୟର ଜଣେ କର୍ମୀ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ଉକ୍ତ କର୍ମୀ ତାଙ୍କୁ ଟୋପି ପିନ୍ଧାଇବାକୁ ଚେଷ୍ଟା କରିବା ସମୟରେ ସେ ତାଙ୍କୁ ଅଟକାଇଥିଲେ। ତାଙ୍କ ହାତରେ ଟୋପି ନେଇ ସୁରକ୍ଷା କର୍ମୀଙ୍କୁ ଦେଇଥିଲେ। କର୍ମୀ ଜଣକ ପରେ ତା’ଙ୍କୁ ଏକ ଶାଲ ପ୍ରଦାନ କରିଥିଲେ। ଯାହାକୁ ଶ୍ରୀ ଚୌଧୁରୀ ହସିହସି ଗ୍ରହଣ କରି ପିନ୍ଧିଥିଲେ।






More Stories
ବଢିଲା ଡିଏ…..
ରାତି ସାଢେ ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି…..
ଚୁକ୍ତି ନହେଲେ ବୋମାମାଡ……