ରିପୋର୍ଟ କାର୍ଡ / ପାଟଣା
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଅଗ୍ନିପରୀକ୍ଷା ହେବ । ଆଜି ବିହାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ବିଧାନସଭାରେ ବହୁମତ ପରୀକ୍ଷା ହେବାକୁ ଥିବା ବେଳେ ବର୍ତ୍ତମାନ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ବିଧାନସଭାକୁ ସମ୍ବୋଧିତ କରିଛନ୍ତି | ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । ଅବିଶ୍ବାସ ପ୍ରସ୍ତାବ ଥିବା ସତ୍ତ୍ବେ ପଦରୁ ଇସ୍ତଫା ଦେଇ ନାହାନ୍ତି ବାଚସ୍ପତି ବିଜୟ ସିହ୍ନା । ବିଜୟ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କରିଥିବା ବେଳେ ଭାଙ୍ଗିଯିବି ପଛେ ନଇଁବି ନାହିଁ ବୋଲି କହିଛନ୍ତି । ଆଜିର ବହୁମତ ପରୀକ୍ଷାକୁ ନେଇ ଆଜି ବିହାର ରାଜନୀତି ଆହୁରି ସରଗରମ ହୋଇଛି । ବିହାରରେ ବିଜେପି ଓ ସିପିଆଇ ବିଧାୟକ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..