ରିପୋର୍ଟ କାର୍ଡ / ବିହାର
ଏଣିକି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କଲେ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ | ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ବିହାର ସରକାର ଶନିବାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, କୌଣସିସ୍ତରର କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ସ୍ଥିର କଲେ ସରକାରଙ୍କଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କର୍ମଚାରୀ ଅନୁମତି ନ ନେଇ ବିବାହ କରନ୍ତି ପରବତ୍ତ ସମୟରେ ଏହାକୁ ସରକାରୀ ସ୍ବୀକୃତି ଦିଆଯିବ ନାହିଁ। ନୀତୀଶ ସରକାରଙ୍କ ଆଦେଶ ଅନୁଯାୟୀ, ଯଦି ପୂର୍ବତନ ସ୍ବାମୀ କିମ୍ବା ସ୍ତ୍ରୀ ଜୀବିତ ଥାଇ ଅନ୍ୟ କାହାକୁ ବିବାହ କରନ୍ତି, ତେବେ ଏହାକୁ ବୈଧ ବୋଲି ଧରାଯିବ ନାହିଁ। ଏଥିସହ ଅନୁମତି ନ ନେଇ ବିବାହରୁ ଜନ୍ମିତ ଶିଶୁ କୌଣସି ସରକାରୀ ଚାକିରି ପାଇଁ ଦାବିଦାର ରହିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟକାଳ ସମୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତେବେ ଏଭଳି ପରିସ୍ଥିତିରେ ଉକ୍ତ ପିଲାଙ୍କୁ ସହାୟତା ଅଧାରରେ କୌଣସି ଚାକିରି ପ୍ରଦାନ କରାଯିବ ନାହିଁ। ଅନ୍ୟପଟେ ଯଦି ସରକାରଙ୍କ ଅନୁମତି କ୍ରମେ ଦ୍ୱିତୀୟ ବିବାହ ଆଇନ ସଙ୍ଗତରେ ହୋଇଥାଏ, ତେବେ ଏପରି ପରିସ୍ଥିତିରେ ସ୍ତ୍ରୀ ଏବଂ ପିଲାମାନେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଥିରେ ପ୍ରଥମ ପତ୍ନୀଙ୍କ ସ୍ଥାନ ମଧ୍ୟ ପ୍ରଥମେ ବିଚାର କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ସମ୍ବନ୍ଧୀୟ ନିର୍ଦ୍ଦେଶ ସମସ୍ତ ବିଭାଗୀୟ ମୁଖ୍ୟ, ଡିଜିପି, ବିଭାଗୀୟ କମିଶନର ଏବଂ ସମସ୍ତ ଜିଲାର ଅଧିକାରୀଙ୍କୁ ପଠାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..