ରିପୋର୍ଟ କାର୍ଡ / ପାଟଣା
ବିହାରରେ ଲକଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମେ ୧୫ ଯାଏଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ବିହାରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଏହାକୁ ନଜରରେ ରଖି ବିହାର ସରକାର ରାଜ୍ୟରେ ମେ ୧୫ ଯାଏଁ ରାଜ୍ୟରେ ଲକଡାଉନ ଭଳି ନିଷ୍ପତି ନେଇଛନ୍ତି । ଏହାସହ ହସ୍ପିଟାଲରେ ଶଯ୍ୟାର ଅଭାବ ଓ ଅମ୍ଲଜାନର ଅଭାବ ମଧ୍ୟ ସାମ୍ନାକୁ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ଚାପ ପଡ଼ିଆସୁଥିବା ବେଳେ ଏବେ ବିହାର ସରକାର ରାଜ୍ୟକୁ ଲକଡାଉନ କରିଛନ୍ତି। ତେବେ ଲକଡାଉନ ବେଳେ ସମସ୍ତ ଜରୁରୀକାଳିନ ସେବା ଜାରି ରହିବ । ଲୋକମାନେ ଜରୁରୀ ସେବା ପାଇଁ ସୁବିଧାରେ ଯିବାଆସିବା କରିପାରିବେ । ହେଲେ ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇ ସାରିଛି । ଏମାନଙ୍କ ମଧ୍ୟରେ ୩ ଲକ୍ଷ ୯୮ ହଜାର ୫୫୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ହେଲେ ୧୦୭୬୬୭ ଜଣ ଏବେ ସୁଦ୍ଧା ସକ୍ରିୟ ରହିଛନ୍ତି । ସେପଟେ ୨ ହଜାର ୮୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି ।
More Stories
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….
ହିମନ୍ତଙ୍କୁ କଡ଼ା ଜବାବ ଦେଲେ ଗୌରବ ଗୋଗଇ,ମୁଁ ଭାରତର ‘ର’ ଏଜେଣ୍ଟ୍…..
ବନ୍ଦହେବ ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟ…..