Report Card Odisha

| Daily Odia News

କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ସ୍ୱତନ୍ତ୍ର ଉପସ୍ଥାପନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

                                                                                                                                                    ବରଦା ପ୍ରସନ୍ନ ଦାସ

                                                                                                                             ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ , ସୂଚନା ଓ ଲୋକ ସମ୍ପର୍କ  ବିଭାଗ

                                                                                                                                                         ଓଡିଶା ସରକାର

 

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ | ୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀ କୋଳରେ କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲେ । ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର ଥିଲେ ନଅ ଭାଇ , ନଅ ଭଉଣୀ । ସେ ଗଂଜାମ ଜିଲ୍ଲାର ଅଧିବାସୀ ହୋଇଥିଲେ ହେଁ କଟକରେ ଉପଜିଲ୍ଲା ନ୍ୟାୟଧୀସ ଥିବାରୁ ସେ କଟକରେ ରହୁଥିଲେ। ତାଙ୍କ ଜ୍ୟଷ୍ଠ ପୁତ୍ର ଶ୍ରୀ ଶ୍ରଦ୍ଧାନନ୍ଦ ପରବର୍ତ୍ତୀ ସମୟରେ ଜର୍ଜ ପଟ୍ଟନାୟକ ନାମରେ ଜଣେ ସଫଳ ଦନ୍ତ ଚିକିତ୍ସକ ଭାବରେ କଟକରେ ପ୍ରତିଷ୍ଠିତ। ତାଙ୍କ ଅଲିଅଳି ଝିଅ – ମୁକୁତି ପଟ୍ଟନାୟକ ବିବାହପରେ ଶ୍ରୀମତୀ ମୁକୁତି ମହାପାତ୍ର ଭାବରେ ଓଡ଼ିଶାରେ ବେଶ ପରିଚିତ । ତୃତୀୟ ସଂତାନ ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ ଯିଏକି ପରେ ପରବର୍ତ୍ତୀ ଶ୍ରୀ ବିଜୁ ପଟ୍ଟନାୟକ ନାମରେ ସମଗ୍ର ବିଶ୍ୱରେ ପରିଚିତ। ତାଙ୍କର ଚତୁର୍ଥ ସଂତାନ ହେଉଛନ୍ତି ଶ୍ରୀ ଦୟାନନ୍ଦ ପଟ୍ଟନାୟକ । ସାଧାରଣତଃ ସେ ସିଜୁ ପଟ୍ଟନାୟକ ନାମରେ ପରିଚିତ । ବିମାନ ବାହିନରେ ଯୋଗଦେଇ କର୍କଟ ରୋଗରେ ପୀଡିତ ଯୋଗୁଁ ଅକାଳରେ ମୃତ୍ୟୁ ବରଣ କରିଥିଲେ । ୧୯୨୩ ମସିହାର କଥା ମୁନ୍‌ସିଫ୍ ଲକ୍ଷ୍ମୀ ନାରାୟଣ ପରିବାରରେ ଶୋକର ଛାୟା । ମାତ୍ର ୮ ବର୍ଷର ଶିଶୁପୁତ୍ର ବିଜୟା ନନ୍ଦ ଅସୁସ୍ଥ ଅତିଦାରୁଣ ରୋଗରେ ପୀଡିତ । କର୍ତ୍ତବ୍ୟ ନିଷ୍ଠ ଜଣେ ଗୋରା ସର୍ଜନ ଡ଼.ପିବ୍‌ଲେସ୍ ଅପରେସନ କରି ତାଙ୍କୁ ଭଲ କରିଥିଲେ ।

ଉଡ଼ାଜାହାଜ ଶିକ୍ଷା ସମୟରେ ଗୋଟିଏ ଉଡ଼ାଜାହାଜ ଆକାଶରେ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଥିଲେ ସୁଦ୍ଧା ଅତି ଆଶ୍ଚର‌୍ୟ୍ୟ ଜନକଭାବେ ନିଜେ ରକ୍ଷା ପାଇଯାଇଥିଲେ ସେ । ମିଶନ ପ୍ରାଥମିକ ବିଦ୍ୟାଳ କଟକରୁ ଶିକ୍ଷା ସମାପ୍ତ ପରେ ସେ ମିଶନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧୟନ କଲେ । ପ୍ରଧାନ ଶିକ୍ଷକ ପ୍ରବିଣଶିକ୍ଷା ବିତ ମିଶନ ପ୍ରାଥମିକ ବିଦ୍ୟାଳ କଟକରୁ ଶିକ୍ଷା ସମାପ୍ତ ପରେ ସେ ମିଶନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧୟନ କଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଓଜେ ମିଲାନ ଶିକ୍ଷା ବିତ ଅନୁଭବ କଲେ ବିଜୁ କୁଷ୍ଠ କସରତ , ସ୍କାଉଟ , କ୍ରୀଡା ,ସନ୍ତରଣ , ବିଭିନ୍ନ ପ୍ରତିଯୋଗିତା ସଫଳତା ପାଇଁ ବିଜୁ ହିଁ ବିଜୟର ଅନ୍ୟ ନାମ । ପରେ ମିସନ ସ୍କୁଲ ରୁ ରେଭେନସା କଲେଜେଟ୍ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲେ। ଆଇଏସି ଓ ପରେ ବିଏସି ପରୀକ୍ଷା ସମୟରେ ଉଡାଜାହାଜ ଶିକ୍ଷାରେ ଖୁବ କୃତିତ୍ୱ ଅର୍ଜନ କଲେ । ୧୯୪୭ ରେ ପଣ୍ଡିତ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହିତ ଯୋଗ ସୂତ୍ର ରକ୍ଷା କରିଥିଲେ । ପ୍ରଥମକରି ରାଜନିତୀ, କଟକ ସହରରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନୂଆ ଦିଲ୍ଲୀଠାରେ ୧୯୪୭ ମସିହାରେ ଏସିଆନ କନଫରେନ୍ସ ଚାଲିଥାଏ । ପଣ୍ଡିତ ନେହେରୁ ଓ ଅନ୍ୟଭାରତୀୟ ନେତା ମାନେ ଅନ୍ୟ ଦେଶର ନେତାମାନଙ୍କୁ ସେମାନଙ୍କ ଦେଶର ସମସ୍ୟା ଓ ଭଲମନ୍ଦ ପଚାରି ବୁଝୁଥାନ୍ତି। ଏହି ସମୟରେ ଜଣେ ଇଣ୍ଡୋନେସିଆ ପ୍ରତିନିଧି ଡଚ୍ ମାନଙ୍କ କବଳରୁ ସୁଲତାନ ସାହାରିୟର ଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କଲେ । ନେହେରୁ ଏହି ପରିସ୍ଥିତିରେ ବିଜୁଙ୍କ ସାହାଯ୍ୟ ମାଗିଥିଲେ । ବିନା ଦ୍ୱିଧାରେ ବିଜୁ ବିମାନ ଯୋଗେ ଆରମ୍ଭକଲେ ଇଣ୍ଡୋନେସିଆ ଅଭିଯାନ। ସାଙ୍ଗରେ ଏକମାତ୍ର ସହ ଯାତ୍ରୀ , ପତ୍ନୀ ଜ୍ଞାନ ପଟ୍ଟନାୟକ । ସେତେବେଳେ ଇଣ୍ଡୋନେସିଆ ଡଚ୍ ମାନଙ୍କ କବଳରେ ଥାଏ । ରଷ୍ଟ୍ରପତି ଡ.ସୁକର୍ଣ୍‌ଣଙ୍କର ନେତ୍ତ୍ୱରେ ଇଣ୍ଡୋନେସିଆ ବାସୀ କ୍ଷମତା ହାସଲ ପାଇଁ ଚେଷ୍ଟା କରୁଥାନ୍ତି । କିନ୍ତୁ ଯୋଗା ଯୋଗ ଅଭାବରୁ ଡ.ସୁକର୍ଣ୍‌ଣଙ୍କର ସରକାର ଅନ୍ତର୍ଜାତିୟ ସହଯୋଗା ହୋଇପାରୁ ନଥାଏ । କି ବିପ୍ଳବ ଜୋରଦାର ହୋଇପାରୁ ନଥାଏ । ବିଜୁ ଇଣ୍ଡୋନେସିଆରେ ପହଞ୍ଚି ଡ.ସୁକର୍ଣ୍‌ଣଙ୍କ ସହ ଦେଖା କଲେ । ବିଜୁଙ୍କ ସହ ଭାରତ ଆସିବାକୁ ଅମଙ୍ଗ ହେଲେ, କାରଣ ସେତେବେଳେ ତାଙ୍କସ୍ତ୍ରୀ ଥିଲେ ଆସନ୍ନପ୍ରଶବା । ବିଜୁ ପହଞ୍ଚିବାର ଅଳ୍ପ ସମୟ ପରେ ଝିଅଟିଏ ଜନ୍ମ ହେଲା ।

ପରିବେଶ ପରିସ୍ଥିତିକୁ ଲକ୍ଷ୍ୟ କରି ବିଜୁ ଝିଅର ନାମ ଦେଲେ ମେଘାବତୀ ସୁକର୍ଣ୍ଣ ପୂତ୍ରୀ। ବର୍ତ୍ତମାନ ସେ ଇଣ୍ଡୋନେସିଆର ରାଜନିତୀ କ୍ଷେତ୍ରରେ ସୁ ପ୍ରତିଷ୍ଠିତା । କଟକ ବାଲିଯାତ୍ରା ଉତ୍ସବରୁ ପ୍ରଥମେ କଳିଙ୍ଗର ଇତିହାସ ବିଜୁବାବୁ ତାଙ୍କ ବାପାଙ୍କ ଠାରୁ ଜାଣିଥିଲେ । ଅତୀତର ଓଡିଆ ସାଧବମାନେ ବେପାର ବଣିଜ କରିବାକୁ ବୋଇତରେ ଜାରା, ସମୁଦ୍ରା, ବାଲି ଓ ବୋର୍ଣ୍‌ିଓ ଆଦି ଦ୍ୱୀପକୁ ଯାଉଥିଲେ । ସେତେବେଳେ ବିଜୁ ପ୍ରଥମେ ବାଲୀଦ୍ୱୀପ ବିଷୟରେ ଧାରଣା କରିଥିଲେ । ବିଜୁ ଡଚ୍ ମାନଙ୍କର ଅବରୁଧ ଭଙ୍ଗକରି ବିମାନ ଚଳାଇ ସୁଲତାନ ସାହାରିୟାଙ୍କୁ ଉଦ୍ଧାରକରି ସୁଙ୍ଗାପୁର ଅଭିମୁଖେ ଯାତ୍ରା କଲେ । ପୁଣି ଡ.ମ୍ମହଦ ହଟ୍ଟାଙ୍କୁ ଉଧାରକକରି ଭାରତ ଇଭିମୁଖେ ଯାତ୍ରା ଆରମ୍ଭ କଲେ। ସୁଲତାନ ସାହାରିୟାର ଓ ଡ.ହଟ୍ଟାଙ୍କୁ ରେଙ୍ଗୁନ ବାଟେ କଲିକତା ଆଣିଲେ ଓ ସେଠାରୁ ଦିଲ୍ଲୀରେ ବିମାନ ଓହ୍ଲାଇଲେ । ସାହାରିୟା ଓ ହଟ୍ଟାଙ୍କ ସହ ନେହେରୁଙ୍କ ଆଲୋଚନା ହେଲା । ସାହାରିୟା ଓ ହଟ୍ଟା ସେତେବେଳେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଓ ଉପରଷ୍ଟ୍ରପତି ଥାନ୍ତି । ଇଣ୍ଡୋନେସିଆ ସ୍ୱାଧୀନ ହେବାପରେ ବିଜୁବାବୁଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରାଯାଇଥିଲା । ରାଷ୍ଟ୍ରପତି ସୁକର୍ଣ୍ଣ ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ଏକ ତୌଳ ୟଖଣି ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ, ୫ଶହ ବର୍ଗ ପରିମିତ ଜଙ୍ଗଲ ଡଚ୍ ମାନଙ୍କ ପରିତ୍ୟକ୍ତ ଏକ ବିଶାଳ ପ୍ରସାଦ ଉପହାର ଭାବେ ଦେଇଥିଲେ । ବିଜୁ ପତ୍ନୀ ଜ୍ଞାନଦେବୀ ଅନୁରୋଧରେ ବିଜୁ ଏହି ବିଶାଳ ଉପହାରକୁ ନମ୍ରତାର ସହ ଫେରାଇ ଦେଇଥିଲେ । ଏହା ତାଙ୍କ ମହାନୁଭବତା ଓ ବିଶାଳ ହୃଦୟର ପରିଚୟ ଦିଏ । ୧୯୩୯ ମସିହାରେ ବିଜୁବାବୁଙ୍କର ବିବାହ ହୋଇଥିଲା ଜ୍ଞାନ ଦେବୀଙ୍କ ସହିତ । କାଶ୍ମୀରର ଏକ ସଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଜ୍ଞାନଦେବୀ । ତାଙ୍କର ଭିଣଇ ସେତେବେଳେ ଇଣ୍ଡିଆନ ନେସନାଲ ଏୟାରୱେଜରେ ବିଜୁବାବୁଙ୍କ ସହ ଚାକିରି କରୁଥିଲେ ।

ଏହି ସୁଯୋଗରେ ଜ୍ଞାନଦେବୀଙ୍କ ସହ ବିଜୁବାବୁଙ୍କର ପରିଚୟ । ସେହ ପରିଚୟ କ୍ରମଶଃ ଘନିଷ୍ଟରୁ ଘନତିଷ୍ଠ ତର ହୋଇଥିଲା । ଓ ପରିଶେଷରେ ଦୁହେଁ ବିବାହ ସୁତ୍ରରେ ଆବଧ ହେବାକୁ ସ୍ଥିର କଲେ । ଜ୍ଞାନଦେବୀଙ୍କ ପରିବାର ଅତି ଧନିଥିଲେ । ସେମାନଙ୍କର ଏମ ଏନ୍ ରାଧାକ୍ରୀଷ୍ଣ ଆଣ୍ଡକୋ ଲିମିଟେଡ୍ କମ୍ପାନୀ ଭାରତରେ ଏକ ବିଶିଷ୍ଟ ବ୍ୟବସାୟୀ ସଂସ୍ଥାଥିଲା। ପତ୍ୟୁତ୍ପନ୍ନମତ, ନିର୍ଭିକ ଓ ଉଦ୍ଦାମ ତାରୁଣ୍ୟରେ ଚଳଚଞ୍ଚଳ ବିଜୁବାବୁଙ୍କ ସହ କାଶ୍ମୀର ଉପତ୍ୟାକାର ଧନବାନ ପିତାଙ୍କର ସୁନ୍ଦରୀ ବୁଦ୍ଧିମତୀ କନ୍ୟାଙ୍କର ମିଳନ ବପାସ୍ତବରେ କହିବାକୁ ଗଲେ ଓଡିଆ ଭାଷାରେ ରାଜଜୋଟକ । ଯେତେ ଭୟଙ୍କର କାର‌୍ୟ୍ୟ ଆସୁନା କାହିଁକି ସେ ସବୁଥିରେ ସ୍ୱାମୀଙ୍କୁ ଉତ୍ସାହିତ କରୁଥିଲେ । ବିଶେଷ କରି ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କର ଗୁପ୍ତ ସହଯୋଗକୁ ସେ ଖୁବ୍ ପସନ୍ଦ କରୁଥିଲେ । ଏବଂ କେତେକ କ୍ଷେତ୍ରରେ ନିଜେ ଅଣ୍ଟାଭିଡି ବାହାରି ଆସୁଥିଲେ । ମଣିଷ ଚରିତ୍ର ଅଧ୍ୟୟନରେ ପିତା ଲକ୍ଷ୍ମୀ ନାରାୟଣ ବାବୁ ଖୁବ୍ କୁଶଳୀ ଥିଲେ । ପାରଲାଖେ ମୁଣ୍ଡିର ସିଙ୍ଘ କାରୁକାର‌୍ୟ୍ୟ ସମଗ୍ର ବିଶ୍ୱରେ ପରିଚିତ । ଲକ୍ଷ୍ମୀ ନାରାୟଣ ବାବୁ ସେଠାରେ ଅବସ୍ଥାନ କରୁଥିବା ସମୟରେ ନିଜର ୩ ପୁଅଙ୍କ ଚରିତ୍ରର ବିଶ୍ଳେଷଣ ପାଇଁ ଏକ ସିମ୍ବଲିକ ସିଙ୍ଘ କାର‌୍ୟ୍ୟ ଦିନେ ପର୍ମାସୀ ଦେଇ କରାଇଥିଲେ ।

ଲକ୍ଷ୍ମୀ ନାରାୟଣ ବାବୁଙ୍କ ମୃତ୍ୟୁପରେ ମଧ୍ୟ ସେହି ସିଙ୍ଘ କାର‌୍ୟ୍ୟଟି ଯତ୍ନରେ ରଖାଯାଇଥିଲା । ୩ ପୁଅଙ୍କ ଚରିତ୍ରର ପରିସ୍ପୁଟନ ପାଇଁ ଗୋଟଏ ସିଙ୍ଘରେ ୩ଟି ଚଢେଇ ତିଆରି କରିଯାଇଥିଲା । ଗୋଟିଏ ଚଢେଇ ସମ୍ପୁର୍ଣ୍ଣ ଉପରକୁ ଥଟଂ ଟେକିୀ ରହିଛି । ଅନ୍ୟଟି ଭୂମି ସମାତରାଳ ରାବରେ ଥଟଂକୁ ରଖିଛି ଓ ୩ୟ ଚଢେଇଟି ତଳକୁ ଥଟଂ ପାରିଛି । ଏହ ୩ ଥଟିଂଆ ଚଢେଇ ସମ୍ପର୍କରେ ବୁଝାଇବାକୁ ଯାଇ ଜର୍ଜ ବାବୁ କହନ୍ତି ଉପରକୁ ମୁହଁ ଟେକି ରହିଥିବା ଚଢେଇଟି ବିଜୁ ଚରିତ୍ରର ଏକ ସିମ୍ବଲିକ ପ୍ରତିଛବି । ଜୀବନରେ ସେ କେବେ ଛୋଟ କଥା ଚିନ୍ତା କରିନା ହିଁ । ଏବଂ ମୋର ଦୃଢ ବିଶ୍ୱାସ କରିବ ବି ନାହିଁ । ପିଲାଯି ଦିନରୁ ଟଙ୍କା ପଇସାକୁ ସେ କେବେ ଖାତିର କରିନାହିଁ । ଆମ ଅନ୍ୟ ଦୁଇ ଭାଇଙ୍କ ଅପେକ୍ଷା ସେ ବେସି କର୍ଚ୍ଚ କରିଛି । ପ୍ରଥମ ଚଢେଇ ଭଳି ସେ ସବୁବେଳେ ଉପରକୁ ଚାହିଁଛି ଦୃଢ ଦୃଷ୍ଟି ସମ୍ପର୍ଣ୍ଣା ହୋଇ । ୨ୟ ଚଢେଇଟି କଥା ଭୂମିସହ ସମାନ୍ତରଳ ଭାବରେ ରହିଛି ତାର ଥଟଂ । ଏଇଟି ହେଉଛି ଜର୍ଜ ବାବୁଙ୍କର ପ୍ରତିଛବି । କଟ୍ ୟୋର କୋର୍ଟ ଆକଡିଙ୍ଗି ଟୁ ୟୋର କଲ୍‌ଥ (ଯେତିକି ଚୁନାକୁ ସେତିକି ପିଠା) । ବାବା ଯାହା ହାତ ଖର୍ଚ୍ଚ ଦିଅନ୍ତି ତାଠାରୁ ଅଧିକ ଖର୍ଚ୍ଚ କରିବା ଜର୍ଜ ବାବୁଙ୍କ ନୀତି ବିରୋଦ୍ଧି । ୩ୟ ଚଢେଇ କଥା ଅନ୍ୟ ଚଢେଇଙ୍କ ଠାରୁ ସ୍ୱତନ୍ତ୍ର ତଳକୁ ଥଟଂକରି ନିରବରେ ଛିଡା ହୋଇଛି । ତୃତୀୟ ପୁତ୍ର ସିଜୁ ବାବୁଙ୍କ କଥା । ହାତେ ମାପି ଚାଖଣ୍ଡେ ଚାଲିବା ଲୋକ ଇଏ । ମାଆ ଯଦି ସିଜୁବାବୁଙ୍କୁ ୧୦୦ଟଙ୍କା ଦେଇଥାନ୍ତି ତେବେ ବହୁ କଷ୍ଟରେ ୪୦ଟଙ୍କା କଚକର୍ଚକରି ଅବଶିଷ୍ଟ ୬୦ଟଙ୍କା ବଳକା ରଖୁଥିଲେ । ନୀରବରେ ବଗଭଳି ଅନ୍ୟର ଉଦ୍ଦେଶ୍ୟରେ ହିଁ ସେ ବସି ରହିଥାନ୍ତି ।

ସୁଯୋଗ ପଡିଲେ ଶିକାର ଖସି ଯିବାର କୌଣସି ଉପାୟ ନଥାଏ । ଆଉ ଏକ ମାତ୍ର ଝିଅ ଗୀତା ମେହେଟ୍ଟା ଜଣେ ସୁ ଲେଖିକା । ବିଜୁ ବାବୁଙ୍କ ଇଚ୍ଛାଥିଲା ସେ ତାଙ୍କ ଆତ୍ମ ଜୀବନୀ ଲେଖିଥାନ୍ତେ । ମାତ୍ର ତାଙ୍କର ସେ ଆଶା ଅଶାରେ ହିଁ ରହିଗଲା । ତାଙ୍କ ଝିଅ ଗୀତା ମେହେଟ୍ଟା ତାଙ୍କର ପ୍ରକାଶିତ ଇଂରାଜୀ ପୁସ୍ତକ ସ୍ନେକ ଆଣ୍ଡ ଲାଡର୍ସ ବହିରେ ଠାଏ ଠାଏ ତାଙ୍କ ବାପାଙ୍କ ବିଷୟରେ ଅନୁବାଦ କରି ଲେଖିଛନ୍ତି । ବଡପୁଅ ପ୍ରେମ ପଟ୍ଟନାୟକ ଶିଳ୍ପ ଉପରେ ମନୋନିବେଶ କରିଥିବା ବେଳେ ୨ୟ ପୁତ୍ର ନବୀନ ପଟ୍ଟନାୟକ ଆଜି ରାଜନୀତି ଆକାଶରେ ନୂଅ ନୂଆ ଚିନ୍ତାଧାରା ପ୍ରକଟ କରି ଚାଲିଛନ୍ତି ଓ ପିତାଙ୍କ ଦ୍ୱାରା ନାମିତ ନବୀନ ନାମକୁ ସାର୍ଥକ କରିଚନ୍ତି । ବାସ୍ତବିକ ଏକତା ସାହିତ୍ୟ ସଂସ୍କୃତିର ପ୍ରାଣକେନ୍ଦ୍ର ଥିବା କଟକର ଭୂମିଷ୍ଟ ହୋଇ ଭୂମିପୁତ୍ର ଉପାଧିର—ଭୁଷିତ ହେବା ସଙ୍ଗେ ସଙ୍ଗେ କଳିଙ୍ଗର ଉପଯୁକ୍ତ ବରପୁତ୍ର ଭାବେ ବିଶ୍ୱବାସୀଙ୍କ ପାଇଁ ତାଙ୍କର ଅଲିଭାଦାଗ ଛାଡି ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି । ତାଙ୍କର ପ୍ରତିଟି ଆହ୍ୱାନ ଆଜି ଯୁବ ସମାଜର ଦେୟ ହେଉ ଏତିକି କାମନା । ସେ ପୃଥିବୀ ଏକ ଅନନ୍ୟ ମଣିଷ । ପୁରୀ ସ୍ୱର୍ଗ ଦ୍ୱାରଠାରେ ଯାହାଙ୍କ ଅନ୍ତେଷ୍ଟି କ୍ରିୟାରେ ଶବ ଶୋଭା ଯାତ୍ରାରେ ବହୁ ଜନସମାବେସ ହୋଇଥିଲା । ତାହା ତାଙ୍କର ଲୋକ ପ୍ରିୟତାକୁ ପ୍ରମାଣିତ କରିଥିଲା ।
ସହାୟକ ଗ୍ରନ୍ଥ…

ଅଧ୍ୟାପକ ସିଦ୍ଧ୍ୟାର୍ଥ ଶଙ୍କର ପାଢୀଙ୍କ ସମ୍ପାଦିତ ପୁସ୍ତକ, ବିଜୁ ମହାନାୟକ, ଅଧ୍ୟାପକ କାଳନ୍ଦୀ ବେହେରାଙ୍କ ଲିଖିତ ପୁସ୍ତକ କଳିଙ୍ଗର ବରପୁତ୍ର, ହେ ମହା ଜୀବନ, ପୁସ୍ତକ ସମ୍ପାଦନା-ଅଧ୍ୟାପକ ସଶାଙ୍କ ଚୂଡାମଣି ।

 

 

Breaking News