Report Card Odisha

| Daily Odia News

ବିକାନେର୍‌-ଗୌହାଟୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ବିକାନେର୍‌-ଗୌହାଟୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଧାରଣାଚ୍ୟୁତ ହେବା ଘଟଣାରେ ମୃତ୍ୟୁସଂଖ୍ୟା ଅନ୍ୟୂନ ୯କୁ ବୃଦ୍ଧି ପାଇଥିବା ବଳେ ପ୍ରାୟ ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ- ଗୁରୁବାର ସନ୍ଧ୍ୟାରେ ଓଲଟି ପଡ଼ିଥିବା ବଗିଗୁଡ଼ିକ ମଧ୍ୟରୁ ୨ଟି ବଗିରେ ଫସି ରହି ଯାଇଥିବା କିଛି ଯାତ୍ରୀଙ୍କୁ ବାହାର କରିବା ଲାଗି ପାହାନ୍ତା ପର୍ଯ୍ୟନ୍ତ ଉଦ୍ଧାର ଅଭିଯାନ ଚାଲିଥିଲା। ନଷ୍ଟ ହୋଇଯାଇଥିବା ବଗିଗୁଡ଼ିକରୁ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିବା ଲାଗି ଗ୍ୟାସ୍‌ କଟର୍‌ ବ୍ୟବହାର କରାଯାଇଛି। ଗଣମାଧ୍ୟମ ସୂଚନା ଅନୁସାରେ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ। ପଶ୍ଚିମବଙ୍ଗ ସରକାରଙ୍କସୂତ୍ରରୁ ଜଣାପଡ଼ିଛି ଯେ, ଅନ୍ୟୁନ ୫୦ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ଆହତମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ଜଳପାଇଗୁଡ଼ି ଜିଲ୍ଲା ହସ୍ପିଟାଲ୍‌ ଏବଂ ୧୬ଜଣଙ୍କୁ ମଇନାଗୁଡ଼ି ସରକାରୀ ହସ୍ପିଟାଲ୍‌କୁ ପଠାଯାଇଛି। ନିଉ ଫ୍ରଣ୍ଟିୟର୍‌ ରେଲ୍‌ୱେ ସୂତ୍ରରୁ ପ୍ରକାଶ, ସାଙ୍ଘାତିକ ଆହତ ଯାତ୍ରୀମାନଙ୍କୁ ସିଲିଗୁଡ଼ିସ୍ଥିତ ‘ନର୍ଥ ବେଙ୍ଗଲ୍‌ ମେଡିକାଲ୍‌ କଲେଜ’କୁ ସ୍ଥାନାନ୍ତର କରାଯିବ। ଦୁର୍ଘଟଣା ସଂକ୍ରାନ୍ତରେ ଗଣମାଧ୍ୟମକୁ କହିବା ବେଳେ ‘ତୃଣମୂଳ କଂଗ୍ରେସ’ ସାଂସଦ ସୌଗତ ରାୟ କହିଛନ୍ତି, ରେଳ ଧାରଣାରେ ଫାଟ ଥିଲା ବୋଲି ସନ୍ଦେହ କରାଯାଉଛି। ସେ ବିଷୟରେ ତଦନ୍ତ କରାଯିବା ଉଚିତ। ଘଟଣା ସଂକ୍ରାନ୍ତରେ ରେଳମନ୍ତ୍ରୀ ସ୍ପଷ୍ଟ ବିବୃତି ଦେବା ଉଚିତ।

Breaking News