ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ବିଦ୍ୟୁତ୍ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗକୁ ଘରୋଇ କମ୍ପାନୀକୁ ବିକ୍ର କରିଦେଇଥିବା ବେଳେ ଅଘୋଷିତ ବିଜୁଳିକାଟ ସମସ୍ୟା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରୁଛି। ଏହାକୁ ନେଇ ଆଜିଠାରୁ ବିଜେପି ରାଜ୍ୟର ସବୁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିବ। ରାଜ୍ୟରେ ନିଅଣ୍ଟିଅ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସମୟରେ ଗରମ ଗୁଳୁଗୁଳି ଅତିଶୟ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ କୃଷିକ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ଏହିଭଳି ଅନେକ ଅଭିଯୋଗ ନେଇ ରାଜ୍ୟ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ । ଏହା ସହିତ ଲଗାତାର ଭାବରେ ରାଜ୍ୟ ବାତ୍ୟା ଭଳି ବିପର୍ଯ୍ୟୟର ସମମ୍ନା କରୁଥିବା ବେଳେ ଭିତ୍ତୀଭୁମି ସଜାଡିବା କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି ସେଗୁଡିକର ସ୍ୱେତପତ୍ର ମଧ୍ୟ ଦାବି କରିଛି ବିଜେପି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..