ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଶାନ୍ତି କମିଟି ସଭାପତି ଶ୍ରୀ ମଧୁମାଧବ ଜେନା ଙ୍କ ଆବାହକତ୍ୱରେ ୧୧ତମ ବାର୍ଷିକ ବିନ୍ଦୁସାଗର ଆଳତି ଶ୍ରୀ ରାମନାରାୟଣଜୀ ମହାରାଜ ଙ୍କ ନେତୃତ୍ଵ ରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହା ଆଳତି କରାଯାଇଥିଲା | ପ୍ରଥମେ ଅଗ୍ର ଦେବତା ଶ୍ରୀ ଗଣେଶ ଙ୍କ ପୂଜା କରାଯାଇ, ହନୁମାନ ଚାଳିଶା ହୁଳହୁଳି, ହରିବୋଲ, ଘଣ୍ଟ, ଓ ନାମ ସଙ୍କୀର୍ତ୍ତନ ରେ ବିନ୍ଦୁସାଗର କୂଳରେ ମହାଆଳତି ହୋଇଥିଲା | ଉତ୍ସବ ରେ ଉପଦେଷ୍ଟା ଶ୍ରୀ ନାରାୟଣ ମହାପାତ୍ର , ଭଗବାନ ଦାସ, ଶିଲାଭଦ୍ର ଶାସ୍ତ୍ରୀ, ବିଜୟ ପାତ୍ର, ଦିଲ୍ଲୀପ ପଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି, ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇ ପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରିଥିଲେ |
More Stories
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ହେବ ଶବଦାହ…..
ଶିଳ୍ପାଙ୍କ ସହ ଫଟୋ ଉଠାଇବା ସେବାୟତଙ୍କୁ ମହଙ୍ଗା ପଡିଛି….
ଧର୍ମ ପରିବର୍ତ୍ତନ କରିଥିବାରୁ ଘରରେ ପଡ଼ିରହିଛି ଶବ…..