ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଙ୍ଗଳବାର ଓଏସଏସସି ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା | କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବା ନେଇ ପୂର୍ବରୁ ଘୋଷଣା କରିଥିଲେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର । କିଭଳି ଜଣେ ପିଏସ୍ ହୋଇ କୋଟିପତି ହେଲେ ଏହାକୁ ନେଇ ତଦନ୍ତ ହେବ । ତାଙ୍କ ଘରୁ ମିଳିଥିବା ଆଡମିଟ୍ କାର୍ଡ ବାବଦରେ ସମସ୍ତ ତଦନ୍ତ ହେବ । ଆଡମିଟ୍ କାର୍ଡ ସେ ଛାତ୍ରଛାତ୍ରୀଙ୍କଠାରୁ ନେଇଥିବା ସନ୍ଦେହ କରାଯାଇଛି । ସିଧାସଳଖ ଲାଞ୍ଚ କାରବାର ନେଇ ଏଭଳି ବେଆଇନ ସମ୍ପତ୍ତି ଆୟ କରିଥିବା ଜଣାପଡିଛି । ଷ୍ଟାଫ ସିଲେକସନ କମିସନ ଅଧକ୍ଷଙ୍କୁ ଭିଜିଲାନ୍ସ ମାରଥନ ଜେରା କରିଛି । ବିରଞ୍ଚିଙ୍କ ଚାମ୍ବରରେ ଥିବା ସମସ୍ତ ଫାଇଲକୁ ତଦନ୍ତ ପରିସରଭୁକ୍ତ କରିଛି ଭିଜିଲାନ୍ସ । ଷ୍ଠାଫ ସିଲେକସନ କମିସନଙ୍କ କାର୍ଯ୍ୟାଳୟରେ ଯୋଗଦେବା ପରେ ବିରଞ୍ଚି କାହା କାହା ସହିତ ବ୍ୟକ୍ତିଗତ ସମ୍ପର୍କରେ ଥିଲେ କାହାର ଖୋଳତାଡ ହେବ । ସେପଟେ ଷ୍ଟାଫ ସିଲେକସନ ଜରିଆରେ ଚାକିରୀ ପାଇବାପାଇଁ ଯୋଗ୍ୟ ପ୍ରାର୍ଥି ଚାକିରୀ ନପାଇ ଏବେ ବିରଞ୍ଚିଙ୍କ ବିରୁଦ୍ଧରେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି । କୁବେର ପିଏସ୍ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଙ୍ଗଳବାର ଷ୍ଟାଫ ସିଲେକସନ୍ ଅଧକ୍ଷ ନିର୍ମଳ ମିଶ୍ରଙ୍କୁ ମାରଥନ ଜେରା କରିଛି ଭିଜିଲାନ୍ସ ଟିମ । ଜଣେ ଡିଏସପିଙ୍କ ନେତ୍ତ଼ତ୍ବରେ ଦୁଇଜଣ ଅଧିକାରୀ ଦିର୍ଘ ୫ ଘଣ୍ଟା ଧରି ପଚରା ଉଚୁରା କରିଥିଲେ । ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ବିରଞ୍ଚି କେଉଁ କେଉଁ ଧିକାରୀ ଙ୍କ ଅଧିନରେ କାର୍ଯ୍ୟ କରିଛନ୍ତି , ଛାତ୍ର ଛାତ୍ରୀଙ୍କ କେଉଁ କେଉଁ କାର୍ଯ୍ୟରେ ସେ ଶିଧା ସଳଖ ଜଡିତ ରହୁଥିଲେ , ବିରଞ୍ଚିଙ୍କ ଆଲମିରାରୁ ମିଳିଥିବା ଆଇ କାର୍ଡ ଗୁଡିକର ପ୍ରକ଼ତ ପରିଚୟ କଣ । ସେମାନେ ଏବେ ସରକାରୀ ଚାକିରୀରେ ଅଛନ୍ତି ନାଁ ନାହିଁ ତାର ସମସ୍ତ ବିବରଣି ହାସଲ କରିବାକୁ ପ୍ରୟାସ ଜାରି ରଖିଛି ଏହି ଟିମ । ତେବେ ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବାରୁ କୌଣସି ପ୍ରଶ୍ନର ଉତ୍ତର ରଖିବାକୁ ମନା କରିଦେଇଛନ୍ତି ନିର୍ମଳ ମିଶ୍ର । ଭିଜିଲାନ୍ସ ଚଢ଼ାଉରେ ଧରାପଡ଼ିଥିବା ଷ୍ଟାଫ ସିଲେକସନ କମିସନଙ୍କ ବ୍ୟକ୍ତିଗତ ସଚିବ କୋଟିପତି ବିରଞ୍ଚି ସାହୁଙ୍କୁ ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ଏଥି ସହିତ ତାଙ୍କର ପୁରୁଣା ଫାଇଲ ଦରାଣ୍ଡିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ । ତାଙ୍କ ଆଲମିରାରୁ ମିଳିଥିବା ଛାତ୍ରଛାତ୍ରୀଙ୍କ ଆଇ କାର୍ଡ ଗୁଡିକର ଠିକଣା ଯୋଗାଡ କରୁଛି ଭିଜିଲାନ୍ସ । ଏଥି ସହିତ ଏହି ଛାତ୍ରଛାତ୍ରୀ ମାନେ ଏବେ ଚାକିରୀ କରିସାରିଛନ୍ତି ନା ଚାକିରୀ ପାଇବାକୁ ଅପେକ୍ଷାରେ ଅଛନ୍ତି ତାର ମଧ୍ୟ ଚାଲିଛି ଛାନଭିନ ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
ଯାତ୍ରୀଙ୍କୁ ପିଟିଲେ ପାଇଲଟ…..