Report Card Odisha

| Daily Odia News

ଏହି ଭୂତାଣୁ କୋଭିଡ ଠାରୁ ଘାତକ ହୋଇପାରେ,ତର୍କତା କଲେ ବୈଜ୍ଞାନିକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଭିଡ ଠାରୁ ୧୦୦ଗୁଣା ଘାତକ ହୋଇପାରେ ବାର୍ଡ ଫ୍ଲୁ । ଟେକ୍ସାସ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଠାରେ ଠାବ କରାଯାଇଥିବା ଭୂତାଣୁକୁ ନେଇ ବୈଜ୍ଞାନିକମାନେ ଏପରି ସତର୍କତା ଜାରି କରିଛନ୍ତି। ଏହି ସତର୍କତା ସମ୍ପର୍କିତ ରିପୋର୍ଟ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି। ୨୦୨୦ରେ ଏଚ୫ଏନ୍୧ର ଏକ ନୂଆ ପ୍ରକାର ପ୍ରଜାତି ଭୁତାଣୁ ସଂକ୍ରମଣ ହୋଇଥିଲା। ଏହି ପ୍ରଜାତି ଭୂତାଣୁ ଦ୍ରୁତ ବେଗରେ ସଂକ୍ରମିତ ହୋଇଥାଏ। ଏହା ସମସ୍ତ ପ୍ରକାର ବଣୁଆ ପକ୍ଷୀ ଓ ପାଳିତ ପକ୍ଷୀଙ୍କୁ ସଂକ୍ରମିତ ହୋଇଥାଏ। ତେବେ ଏହି ପ୍ରକାର ବାର୍ଡ ଫ୍ଲୁ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ ହେବାରେ ଲାଗିଛି। ୪ଟି ଦେଶରେ ଗୃହପାଳିତ ପଶୁଙ୍କୁ ଏହି ଭୂତାଣୁ ସଂକ୍ରମିତ ହୋଇଛି। ସୁରେଶ କୁଚିପୁଡି ନାମକ ଜଣେ ବାର୍ଡ ଫ୍ଲୁ ଗବେଷକ କହିଛନ୍ତି ଯେ ପକ୍ଷୀଙ୍କ ଠାରେ ସଂକ୍ରମିତ ହେଉଥିବା ଭୂତାଣୁ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ ହେବା ଉଦ୍‌ବେଗର ବିଷୟ। ଏପରିକି ଏହା ଦୀର୍ଘକାଳୀନ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହି ଭୂତାଣୁ ମଣିଷଙ୍କୁ ବ୍ୟାପିବା ସହିତ ବିଶ୍ବରେ ବଡ ମହାମାରୀ ସୃଷ୍ଟି କରିବ। ଜନ୍ ଫୁଲଟନ ନାମକ ଜଣେ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି କନସଲଟାଣ୍ଟ ବାର୍ଡ ଫ୍ଲୁ ଭୂତାଣୁ ଯଦି ରୁପାନ୍ତରିତ ହୁଏ । ତେବେ ଏହା କୋଭିଡ-୧୯ଠାରୁ ଅଧିକ ଘାତକ ସାବ୍ୟସ୍ତ ହେବ। ଏପରିକି ଏହାର ମୃତ୍ୟୁ ହାର ମଧ୍ୟ ଅଧିକ ରହିବ। ୨୦୦୩ ପରଠାରୁ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୫୨% ପ୍ରାଣ ହରାଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ ଏଚ୫ଏନ୧ ଭୂତାଣୁ ଅନ୍ୟ ପ୍ରକାର ଭୂତାଣୁ ଭଳି ବଡ ଧରଣର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିପାରେ। ଏହି ଭୂତାଣୁ ନିମୋନିଆ ଭଳି ଘାତକ ସାବ୍ୟସ୍ତ ହେବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏଚ୫ଏନ୧ର ରୂପାନ୍ତରଣରୁ ଏହି ନୂଆ ପ୍ରକାର ଭୂତାଣୁ ସୃଷ୍ଟି ହୋଇଛି। ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହା ଦ୍ରୁତ ବେଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଭୂତାଣୁ ପ୍ରତିରୋଧୀ ଟିକା ପ୍ରସ୍ତୁତ କରିବା ଲାଗି ଆମେରିକା ଉଦ୍ୟମ ଚଳାଇଛି। ଅନ୍ୟପଟେ ଏହି ନୂଆ ପ୍ରକାର ଭୂତାଣୁକୁ ନେଇ ବିଶ୍ବ ସମୁଦାୟରେ ସମନ୍ବିତ ଉଦ୍ୟମ ଆବଶ୍ୟକତା ଥିବା ହ୍ବାଇଟ୍ ହାଉସ୍ କହିଛି।

Breaking News