ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ସୃଷ୍ଟି ହୋଇଛି ବାର୍ଡ ଫ୍ଲୁ ଭୟ । ହଠାତ ପ୍ରାୟ ଶହେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ହେବା ଫଳରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି। ହଠାତ ଏତେ ସଂଖ୍ୟାରେ କୁକୁଡା ମୃତ୍ୟୁକୁ ନେଇ ଜିଲ୍ଲାରେ ପୁଣି ଥରେ ବାର୍ଡ ଫ୍ଲୁର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୨୫ କୁକୁଡାକୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଥାନେର ଶାହପୁର ଅନ୍ତର୍ଗତ ଏକ ଗାଁରେ ଥିବା କୁକୁଡା ଫାର୍ମରେ ପ୍ରଥମେ ଶହେ କୁକୁଡାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଶାସନ ମୃତ କୁକୁଡାଙ୍କ ନମୁନା ପୁଣେସ୍ଥିତ ପରୀକ୍ଷାଗାରକୁ ପଠାଇଥିଲା। ଏହାପରେ ଥାନେର ଜିଲ୍ଲାପାଳଙ୍କ କହିବାନୁଯାୟୀ ସଂକ୍ରମଣ ଆଶଙ୍କାକୁ ନଜରରେ ରଖି ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ ଆସୁଥିବା ୨୫ହଜାରୁ ଅଧିକ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..