ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କୌଣସି ଦଳ ବା କୌଣସି ନେତାଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକଙ୍କୁ ଗୋଟିଏ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦେଖାଯାଏ। କିନ୍ତୁ ସେହି ଲୋକଙ୍କୁ ଅନ୍ୟ ଏକ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦେଖାଯାଏ ନାହିଁ। ଏଭଳି ‘ଚୟନାତ୍ମକ ବ୍ୟବହାର’ ଗଣତନ୍ତ୍ର ପାଇଁ ବିପଦ। ଏପରି ଲୋକମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯେଉଁ ସମୟରେ ବିଶ୍ୱଯୁଦ୍ଧର ହିଂସାରେ ସମଗ୍ର ବିଶ୍ୱ ଜଳୁଥିଲା, ସେତେବେଳେ ଭାରତ ସମଗ୍ର ବିଶ୍ୱକୁ ‘ଅଧିକାର ଏବଂ ଅହିଂସା’ର ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲା। ଆମର ଗାନ୍ଧୀଜୀଙ୍କୁ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱ ମାନବିକ ଅଧିକାର ଏବଂ ମାନବିକ ମୂଲ୍ୟବୋଧର ପ୍ରତୀକ ଭାବରେ ଦେଖେ। ଶତାବ୍ଦୀ ଧରି ଆମେ ଆମର ଅଧିକାର ପାଇଁ ଲଢ଼ିଥିଲୁ। ଏକ ରାଷ୍ଟ୍ର ଭାବରେ, ଏକ ସମାଜ ଭାବରେ ଅନ୍ୟାୟ-ଅତ୍ୟାଚାରକୁ ପ୍ରତିରୋଧ କଲୁ। ଅନେକ ସଂଘର୍ଷ ପରେ ଆମେ ଆମର ଅଧିକାର ପାଇଛୁ । କିନ୍ତୁ କିଛି ଲୋକଙ୍କର ଚୟନାତ୍ମକ ବ୍ୟବହାର ମାନବିକ ଅଧିକାର ଅର୍ଥ ବଦଳାଇ ଦେଇଛି। ଏହା ପ୍ରତି ସାବଧାନ ହେବା ଜରୁରୀ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..