ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରରେ ମଙ୍ଗଳବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମନ୍ଦିରର ଦୀପ ଗୃହରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ନବରାତ୍ର ପୂଜା ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ସବୁ ଦୁଆରବନ୍ଧ କ୍ଷତି ଘଟିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..