ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରୁଛି ଦେଶ | ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ର ବାର୍ତ୍ତାରେ କହିଛନ୍ତି। ବିର୍ସା ମୁଣ୍ଡାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ | ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ଆଦରଭରା ଶ୍ରଦ୍ଧାଞ୍ଜଳି। ସେ ସ୍ବାଧୀନତା ସଂଗ୍ରାମକୁ ଶାଣିତ କରିବା ସହ ଜନଜାତି ସମାଜର ସ୍ବାର୍ଥ ସୁରକ୍ଷା ନିମନ୍ତେ ସବୁବେଳେ ସଂଗ୍ରାମ କରୁଥିଲେ। ଦେଶ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଭିଡିଓ କନ୍ଫରେନ୍ସିଙ୍ଗ୍’ ମାଧ୍ୟମରେ ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ‘ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରହାଳୟ’ ଉଦ୍ଘାଟନ କରିବା ସହ ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରହାଳୟ’ ଲାଗି ମୁଁ ଜନଜାତି ସମ୍ପ୍ରଦାୟ ଏବଂ ସମଗ୍ର ଭାରତରେ ଥିବା ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମ ଜନଜାତି ସଂସ୍କୃତି ପାଇଁ ଏହି ସଂଗ୍ରହାଳୟ ଜୀବନ୍ତ ମୂଳଦୁଆ ହେବା ସହ ସ୍ବାଧୀନତା ସଂଗ୍ରାମରେ ଜନଜାତି ବୀର ଓ ବୀରାଙ୍ଗନାଙ୍କ ଅବଦାନର ପ୍ରତିଫଳନ କରିବ। ଭଗବାନ ବିର୍ସା ସମାଜ ପାଇଁ ଜିଇଁଥିଲେ, ଦେଶ ପାଇଁ ସଂସ୍କୃତି ଓ ଜୀବନ ଉତ୍ସର୍ଗ କରିଥିଲେ। ତେଣୁ, ଏବେ ବି ସେ ଆମର ବିଶ୍ବାସ ଓ ଆତ୍ମାରେ ଭଗବାନ ଭାବେ ରହିଛନ୍ତି। ଦୁନିଆରେ ସେ ଦୀର୍ଘ ଦିନ ରହି ନ ଥିଲେ। କିନ୍ତୁ, ଭାରତର ଉତ୍ତର ପିଢ଼ିଙ୍କ ପାଇଁ ଦିଗ୍ଦର୍ଶନ ଦେଇ ସ୍ବଳ୍ପ ଜୀବନକାଳରେ ଦେଶ ପାଇଁ ପୂର୍ଣ୍ଣାଙ୍ଗ ଇତିହାସ ରଚିଯାଇଛନ୍ତି। ସୂଚନାଯୋଗ୍ୟ, ମୁଣ୍ଡାଙ୍କ ଜନ୍ମବାର୍ଷିକକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବାକୁ ସରକାର ଘୋଷଣା କରିଛନ୍ତି। ଅନ୍ୟ ଏକ ଟୁଇଟ୍ରେ ସେ ମଧ୍ୟ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ରାଜ୍ୟ ସ୍ଥାପନା ଦିବସ ଉପଲକ୍ଷେ ଝାଡ଼ଖଣ୍ଡବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣାର ସ୍ବତନ୍ତ୍ର ସଂସ୍କୃତି ସହ ଐତିହାସିକ ପରିଚୟ ରଖିଥିବା ଭଗବାନ ବିର୍ସା ମୁଣ୍ଡାଙ୍କର ଏହି ଭୂମି ବିକାଶମୁଖୀ ହେଉ। ଏହା ହିଁ ମୋର କାମନା।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……