Report Card Odisha

| Daily Odia News

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଞ୍ଜନ ବିଶି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ଆଜି ରାଜ୍ୟସଭା ଚାମ୍ବରରେ ଶପଥପାଠ କରାଇଲେ ରାଜ୍ୟସଭା ଚେୟାରମ୍ୟାନ । ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ । ସୂଚନାନୁଯାୟୀ, ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନିରଞ୍ଜନ ନାମାଙ୍କନପତ୍ର ଦାଖଲ କରିଥିଲେ। ବଲାଙ୍ଗିରର ଏହି ଆଦିବାସୀ ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭିଙ୍କୁ ଚକିତ କରିଥିଲେ। ନିରଞ୍ଜନଙ୍କ ପୂର୍ବରୁ ବିଜେଡି ନେତା ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।

Breaking News