ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ତନାଘନା । ଏହାରି ମଧ୍ୟରେ ଭୁବନେଶ୍ଵର ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ସନ୍ତୋଷ ପାତ୍ର । ଏସିପିଙ୍କ ନେତୃତ୍ୱରେ ସନ୍ତୋଷଙ୍କୁ ଜେରା କରୁଛି ପୋଲିସ । ଗତକାଲି ରଶ୍ମିରେଖାଙ୍କ ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ପଚରାଉଚରା କରାଯାଇଥିଲା । ଅନ୍ୟପଟେ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ‘ରଶ୍ମିରେଖା ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ ତଦନ୍ତ କରୁଛି । ପୋଲିସକୁ ମିଳିଥିବା ରିପୋର୍ଟ-ସୁଇସାଇଡ ବାଏ ହ୍ୟାଙ୍ଗିଙ୍ଗ । ଡିପ୍ରେସନ କାରଣରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଜଣାପଡିଛି ।’ କାହିଁକି ଡିପ୍ରେସନରେ ଥିଲେ, ତାହାର କାରଣ ଜାଣିବାକୁ ତଦନ୍ତ ଚାଲିଛି । ରଶ୍ମିରେଖାଙ୍କ ମୋବାଇଲ ଅନଲକ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାମୀର ପରିଚୟ ଦେଇ ରହୁଥିବା ସନ୍ତୋଷଙ୍କୁ ଥାନାକୁ ଡକାଯାଇଛି । ସନ୍ତୋଷ ପାତ୍ରଙ୍କ ସମେତ ଅନ୍ୟ ବନ୍ଧୁମାନଙ୍କୁ ଥାନାକୁ ଡକାଯାଇଛି ବୋଲି ଡିସିପି କହିଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ନୂଆପଲ୍ଲୀ ଗଡ଼ସାହିସ୍ଥିତ ଭଡ଼ା ଘରେ ସନ୍ତୋଷଙ୍କ ସହ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ ରଶ୍ମିରେଖା। ଘର ମାଲିକଙ୍କୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପୂର୍ବତନ ପୁରୁଷବନ୍ଧୁ ରାଜା। ସେ ବାରମ୍ୱାର ରଶ୍ମିରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ତିକ୍ତତା ବଢ଼଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା।






More Stories
ବିଜେଡି ନେତାଙ୍କ ଘରେ IT ରେଡ…..
ଏଣକି ରୁପା ଅଳଙ୍କାରରେ ମିଳିବ ଲୋନ୍…..
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ…..