ରିପୋର୍ଟ କାର୍ଡ / କୋଣାର୍କ
ଭୟଙ୍କର ବିସ୍ଫୋରଣରେ ଉଡ଼ିଲା ଥାନାର ଛାତ | ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାର | ବଳଙ୍ଗା ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ତେବେ ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣରେ ଥାନାର ଛାତ ଉଡିଯିବା ସହ ସମସ୍ତ ଆସବାବପତ୍ର ପୋଡିଯାଇଛି। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କାଲି ରାତି ପାଖାପାଖି ସାଢେ ୧୨ଟା। ଜନବସତି ଥିବା ଏହି ଥାନାରେ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇ ରଖାଯାଇଥିଲା। କିନ୍ତୁ କୌଣସି କାରଣରୁ ଏହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଥାନା ମାଲାଖାନାର ଛାତ ଓ ଘର ଭାଙ୍ଗିରୁଜି ଯାଇଥିଲା।
ଏହି ବିସ୍ଫୋରଣ ହୋଇଥିବା ସ୍ଥାନ ନିକଟରେ ଥିବା ଥାନାର ସେଣ୍ଟ୍ରି ସରୋଜ ବେହେରା ଦୌଡ଼ି ପଳାଇଥିଲେ। ଏହି ଶବ୍ଦରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୌଭାଗ୍ୟବଶତଃ କୌଣସି ଥାନା କର୍ମଚାରୀ ଥାନା ଭିତରେ ନଥିଲେ। ଯାହାଦ୍ୱାରା ବଡ଼ ଅଘଟଣରୁ ଥାନା କର୍ମଚାରୀ ବର୍ତ୍ତିଯାଇଛନ୍ତି। ସେହିପରି କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ। ଜଳି ପୋଡ଼ି ପାଉଁଶ ହୋଇଯାଇଛି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ତାସହ ପୋଡ଼ି ଯାଇଛି କମ୍ପ୍ୟୁଟର ଯନ୍ତ୍ରାଂଶ। ଆଜି ଭୋର୍ ଚାରିଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କିପରି ଲାଗିଲା ସେ ସମ୍ପର୍କରେ ସଠିକ୍ କାରଣ ଜଣାପଡିନି | ସନ୍ଦେହ କରାଯାଉଛି -ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥାଇପାରେ। ଟ୍ରେଜେରୀରେ ୫ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ଥିବା ବେଳେ ଏହି ଅଗ୍ନିକାଣ୍ଡ ହୋଇଛି ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……