ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ଵିତୀୟ ଲହର ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ନୂଆ ଭାରିଆଣ୍ଟକୁ ନେଇ ସମସ୍ତେ ତିନ୍ତିତ | ଏହା ଭିତରେ ବିଶ୍ବର ୧୦୦ ଦେଶକୁ ମାଡିଗଲାଣି ଡେଲ୍ଟା ଭାରିଆଣ୍ଟ। ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲ୍ଟା ଭାଇରସ ଏବେ ବିଶ୍ୱର କିଛି ଦେଶକୁ ବ୍ୟାପି ସାରିଲାଣି । ଏହା ଖୁବ୍ ମାରାତ୍ମକ ହୋଇଥିବା ବେଳେ ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଚେତାବନୀ ଦେଇଛି । ଚିନ୍ତା ପ୍ରକଟକରି କହିଛନ୍ତି ବିଶ୍ୱ ବର୍ତ୍ତମାନ କୋଭିଡ-୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି । ହୁ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ଭାରତରେ ପ୍ରଥମେ ମିଳିଥିବା ଡେଲ୍ଟା ଭାରିଆଣ୍ଟ ବିକଶିତ ହେବାପରେ ଏବେ ଏହା ଲଗାତାର ରୂପ ବଦଳାଇ ଚାଲିଛି ଏବଂ ଏହି ଭାରିଏଣ୍ଟ ଅଧିକ ସଂକ୍ରାମକ । ଯେଉଁ ଦେଶରେ କମ୍ ଲୋକଙ୍କୁ ଟିକା ଦିଆଯାଇଛି ସେଠାରେ ପୁଣିଥରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି । ଏବେ ଡେଲ୍ଟା ଭାରିଏଣ୍ଟ ପ୍ରାୟ ୯୮ ଦେଶକୁ ବ୍ୟାପିସାରିଥିବା ସେ କହିଛନ୍ତି । ଏହା ମାରାତ୍ମକ ହୋଇଥିବାରୁ ଆମକୁ ଅଧିକ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି । ତେଣୁ ଆସନ୍ତା ବର୍ଷେ ମଧ୍ୟରେ ସମସ୍ତ ଦେଶ ଅତିକମରେ ୭୦ ପ୍ରତିଶତ ଟିକା ଦେବାର ଲକ୍ଷ୍ୟ ରଖୁ ବୋଲି ସେ ମତ ରଖିଛନ୍ତି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..