Report Card Odisha

| Daily Odia News

ଭୁଲ୍ ମାଗିଲେ ବବି…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡା

ବିଜେଡି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରୁଥିବାବେଳେ ପୁରୁଖା ନେତାମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ଏବେ ଉଗ୍ର ରୂପ ଧାରଣ କରିଛି । ଦଳର ସାଂଗଠନିକ ସମ୍ପାଦକ ତଥା ସଂଗଠନରେ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଅଶୋଭନୀୟ ଆଚରଣ କୁ ନେଇ ଦଳର ଅଧିକାଂଶ ନେତା କ୍ଷୁବ୍ଧ। ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ ଦିନ ଭୁବନେଶ୍ୱରରେ ଏବଂ ୨୫ତାରିଖରେ ଝାରସୁଗୁଡ଼ାରେ ଦଳର ପୁରୁଖା ନେତାମାନେ ମେଳି କରି ବବିଙ୍କ ଔଦ୍ଧତ୍ୟ ଓ ବରିଷ୍ଠ ନେତାମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରସଙ୍ଗରେ ଚର୍ଚ୍ଚା କରିଥିବା ଜଣାପଡ଼ିଛି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ ପୂର୍ବରୁ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଣବପ୍ରକାଶ ଦାସ ଙ୍କୁ କେନ୍ଦ୍ରାପଡ଼ାରେ ଅଶୋଭନୀୟ ଆଚରଣ ମହଙ୍ଗା ପଡ଼ିଛି | ବବି କେନ୍ଦ୍ରାପଡ଼ାରେ ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଜିଲ୍ଲା ମୁଖ୍ୟାଳୟରେ ବୈଠକ କରିଥିଲେ। ସେଠାରେ ଦଳର ଜଣେ ବରିଷ୍ଠ ନେତାଙ୍କୁ ‘ତୁ ତା’ ସମ୍ବୋଧନ କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବବି ସମ୍ପୃକ୍ତ ନେତାଙ୍କୁ ଭୁଲ୍ ମାଗିଥିବା ଜଣାପଡିଛି |

Breaking News