Report Card Odisha

| Daily Odia News

ନୂଆ ନେତାଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପିମୋ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା କମିଟିରେ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଏ ନେଇ ଦଳ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଗା ତ୍ରିପାଠୀ, ପରାମର୍ଶଦାତା ଭାବେ ପୂର୍ଣ୍ଣ ଚନ୍ଦ୍ର ବାକା, ରାଜେନ୍ଦ୍ର ପଣ୍ଡା, ଏନ. ମାଶେଶ୍ୱର ରାଓ, ପ୍ରଫୁଲ ପଣ୍ଡା, ତପନ ସାନା, ଉପସଭାପତି ଭାବେ ପରିତୋଶ ସର୍କାର, ହୃଦାନନ୍ଦ ସାହୁ, ଡାନିଲେ ପାଟଲା, ନୃସିଂହ ମହାନ୍ତି, ସୁବାଶ ବାନର୍ଜୀ, ଗଣେଶ ମଣ୍ଡଳ, ପ୍ରତାପ ଚନ୍ଦ୍ର ସାହୁ, ଉଦୟ ନାଥ ମାଦ୍ରିଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୧୨ ଜଣ ସାଧାରଣ ସମ୍ପାଦକ, ୧୬ ଜଣ ସମ୍ପାଦକ, ୧୨ ଜଣ ଯୁଗ୍ମ ସମ୍ପାଦକ, ୨ ଜଣ ସୋସିଆଲ ମିଡ଼ିଆ ସହ-ସଂଯୋଜକଙ୍କୁ ନିଯୁକ୍ତି ଦିଆଯିବା ସହିତ ଜିଲ୍ଲାର ବ୍ଲକ / ଟାଉନ ସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।

Breaking News