Report Card Odisha

| Daily Odia News

ବିଜେଡି ନିଯୁକ୍ତ କଲା ପର୍ଯ୍ୟବେକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ନିର୍ଵାଚନ ପୂର୍ବରୁ ବିଜୁ ଜନତା ଦଳ ଦୁଇ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି। କେନ୍ଦ୍ରପଡ଼ା ଏବଂ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଥିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ଆଜି ଦଳ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି । କେନ୍ଦ୍ରପଡ଼ା ଜିଲ୍ଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭଦ୍ରକ ପାଇଁ ସଞ୍ଜୟ ଦାସ ବର୍ମାଙ୍କୁ ନିଯୁକ୍ତ ଦିଆଯାଇଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି ।

Breaking News