ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ। ନବୀନ ନିଜେ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ବିଧାନସଭା ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ। ସେହିପରି ଭିକେ ପାଣ୍ଡିଆନ ୨୫ତାରିଖରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସରକାରୀ ୱେବସାଇଟରୁ ‘ଫାଇଭ-ଟି’ ସମ୍ପୂର୍ଣ୍ଣ ଡିଲିଟ୍ ହୋଇଥିଲେ ମଧ୍ୟ ନିର୍ବାଚନ ପ୍ରଚାରବେଳେ ପାଣ୍ଡିଆନଙ୍କୁ ‘ଫାଇଭ-ଟି’ ଅଧ୍ୟକ୍ଷ ଦର୍ଶାଇ ‘ଜେଡ୍’ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ‘ଫାଇଭ-ଟି ଅଧ୍ୟକ୍ଷ ପଦବୀ ସାମ୍ବିଧାନିକ ସ୍ୱୀକୃତି ଅବା କ୍ୟାବିନେଟ୍ ଅନୁମୋଦିତ ହୋଇନଥିବାବେଳେ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଛି । ଏଭଳି ସ୍ଥିତିରେ ବିଜେଡି ନେତା ଶ୍ରୀ ପାଣ୍ଡିଆନଙ୍କୁ କିଭଳି ‘ଜେଡ୍’ ସୁରକ୍ଷା ମିଳୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..