ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ରୋଡ୍ ଶୋ’ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସୋମବାର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ଶୋ’ କରିଥିଲେ। ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ପୁନାମା ଗେଟ୍ ଫ୍ଲାଏ ଓଭରବ୍ରିଜରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ। ସ୍ବତନ୍ତ୍ର ବସ୍ରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବା ସହ ହାତ ହଲାଇ ଲୋକଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ଛକରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ। ଆପଣମାନେ ଭଲ ଅଛନ୍ତି ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇରୁ ବିଜୁଳି ବିଲ୍ ବନ୍ଦ ହେବ, ଜୁଲାଇରୁ ବିଏସ୍କେୱାଇ କାର୍ଡ ସମସ୍ତଙ୍କୁ ମିଳିବ। ସେ ଆହୁରି ପଚାରିଥିଲେ- ଶଙ୍ଖ ଚିହ୍ନ ଭଲ କି, ନବୀନ ପଟ୍ଟନାୟକ ଭଲ କି? ସବୁଥିରେ ଜନତାଙ୍କ ଉତ୍ତର ଥିଲା ହଁ। ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ଏହି ରୋଡ୍ ଶୋ’ ଏକାମ୍ର ଛକ ପର୍ଯ୍ୟନ୍ତ ଯାଇଥିଲା।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..