Report Card Odisha

| Daily Odia News

ବିଜେଡି ପ୍ରତିଷ୍ଠା ଦିବସ ପାଳନ ନେଇ ନବୀନଙ୍କ ଚିଠି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୬ ତାରିଖରେ ବିଜେଡି ୨୮ ବର୍ଷରେ ପଦାର୍ପଣ କରିବ। ସବୁ ନିର୍ବାଚନମଣ୍ଡଳୀରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଅବଗତ। ଏହା ସହ ଲୋକଙ୍କ ସେବା କରିବାକୁ ​‌ସେ ଆହ୍ବାନ ଦେଇଛନ୍ତି। ପ୍ରତିଷ୍ଠା ଦିବସରେ ବିଜେଡିର ଛାମୁଆ ନେତା ତଥା ଶୁଭେଚ୍ଛୁଙ୍କୁ ନେଇ ସଭା କରାଯିବ। ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ। ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେପି ସରକାରର ପ୍ରତିଶ୍ରୁତି ପାଳନରେ ବିଫଳତାକୁ କ୍ଷେତ୍ରୀୟସ୍ତରରେ ସଭାସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ।

Breaking News