Report Card Odisha

| Daily Odia News

ବିଜେଡି ନେତା ନକ୍ସଲମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି !…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ନକ୍ସଲମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏନେଇ ଟ୍ରକ ମାଲିକ ସଙ୍ଘ ରାୟଗଡ଼ା ଥାନାରେ ଏତଲା ଦେଇଥିବା କଥା ବି କହିଛନ୍ତି ଗଣେଶ୍ୱର ବେହେରା। କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଆହୁରି କହିଛନ୍ତି, ସରକାର ନକ୍ସଲ ବିରୋଧରେ ଲଢ଼ୁଛନ୍ତି ବୋଲି କହୁଛନ୍ତି, ହେଲେ ତାଙ୍କ ଦଳର ନେତା ନକ୍ସଲମାନଙ୍କୁ ବଟି ଆଦାୟ କରି ସହାୟତା ଦେଉଛନ୍ତି। ୨୦୨୨ରେ ଓଡ଼ିଶାରେ ୧୨ଟି ସ୍ଥାନରେ ନକ୍ସଲ ହିଂସା ଘଟିଛି ବୋଲି ବିଧାନସଭାରେ ଶ୍ୱେତପତ୍ରରେ ସରକାର କହିଛନ୍ତି। ୭ଜଣ ମାଓବାଦୀଙ୍କୁ ହତ୍ୟା ଓ଼ ୧୨ଜଣଙ୍କୁ ଗିରଫ କରାଯାଇଥିବା କଥା ଵି ସରକାର କହିଛନ୍ତି। କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ହେଉ। ସାଧାରଣ ଲୋକଙ୍କ ପାଇଁ ଆଇନର ଗୋଟେ ବାଟ ସରକାରୀ ଦଳ ପାଇଁ ଆଇନର ଆଉ ଗୋଟିଏ ବାଟ। ଗଣେଶ୍ୱର ବେହେରା ପ୍ରଶ୍ନ କରିଛନ୍ତି, ଗତ ୧୮ ତାରିଖରେ ଟ୍ରକ ମାଲିକ ସଙ୍ଘ ରାୟଗଡ଼ା ଥାନାରେ ୨୯ ତାରିଖରେ ଏତଲା ଦେଇଥିଲେ। ଟ୍ରକ ମାଲିକମାନଙ୍କୁ ଘରକୁ ଡାକି ଭାସ୍କର ରାଓ ନକ୍ସଲମାନଙ୍କୁ ଚାନ୍ଦା ଦିଆଯିବ ବୋଲି କହି ଟଙ୍କା ମାଗିଛନ୍ତି। ଟ୍ରକ ସଂଘର କର୍ମକର୍ତ୍ତା ଗତ ୪୦ ବର୍ଷ ଧରି ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠାରୁ ଟନ୍ ପିଛା ୫୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ନେଇ ଥାନାରେ ଏତଲା ଦେଇଥିଲେ। ହେଲେ କାହିଁକି ପୁଲିସ ନିରବତା ଅବଲମ୍ବନ କରୁଛି | ଆଇନ ତା ବାଟରେ ଯାଉଛି କି |

Breaking News