Report Card Odisha

| Daily Odia News

BJD ର ନୂଆ ଟିମ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତା’ପରେ ୧୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ । ତେବେ ଏହି ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଶାସକ ବିଜେଡି ଝାରସୁଗୁଡ଼ା ଲଢ଼େଇ ପାଇଁ ନିଜର ଟିମ୍ ଗଠନ କରିଛି । ଏହି ନିର୍ବାଚନ ମଣ୍ଡଳୀର ୫ଟି ବ୍ଲକ / ମ୍ୟୁନିସିପାଲିଟି ପାଇଁ ଦଳ ୧୨ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛି । କିରମିରା, କୋଲାବିରା, ଝାରସୁଗୁଡ଼ା, ଲାଇକେରା ବ୍ଲକ ଓ ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ଦଳ ଏହି ସମସ୍ତ ନେତାଙ୍କ ନାମ ଘୋଷଣା କରିଛି । ଏ ନେଇ ଦଳ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ।

Breaking News