ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗାଁରେ କେତେକ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ବେନୁ ରାଜ୍ୟର ଉମୋଗିଡି ଗ୍ରାମରେ ଦୁର୍ବୃତ୍ତମାନେ ୪୭ ଜଣଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାର ଦିନକ ପୂର୍ବରୁ ଉକ୍ତ ଗ୍ରାମରେ ୩ ଜଣଙ୍କୁ ହତ୍ୟା କରାଯାଇଥିଲା। ବନ୍ଧୁକଧାରୀମାନେ ଏକ ବଜାରରେ ଗୁଳି ଚଳାଇଥିଲେ। ଆକ୍ରମଣର କାରଣ ଜଣାପଡ଼ି ନାହିଁ। ଏପରିକି ଉକ୍ତ ଘଟଣାରେ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।






More Stories
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……
ବିମାନବନ୍ଦରରୁ ୧୪ ବିମାନ ସ୍ଥାନାନ୍ତରିତ…..
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..