Report Card Odisha

| Daily Odia News

ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲା ବିଜେଡି….

ରିପୋର୍ଟ କାର୍ଡ / ଭୁବନେଶ୍ବର

୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ ନିଜ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛନ୍ତି ।ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର ଚଳାଇଛି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ନୂଆ କର୍ମକର୍ତ୍ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି । କଟକ ନଗର କମିଟିକୁ ଦଳ ପକ୍ଷରୁ ପୁନର୍ଗଠନ କରାଯାଇଛି । କଟକ ନଗର ସଭାପତି ଭାବେ ମଧୁସୂଦନ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଇଂ ସୁବ୍ରତ ଘଡ଼ାଇ ଓ ସୂର୍ଯ୍ୟସାରଥୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ୧୫ ଜଣ ଉପସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୩୫ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କଟକ ଜିଲ୍ଲା ବିଜେଡି କମିଟିର ମଧ୍ୟ ପୁନର୍ଗଠନ କରାଯାଇଛି । ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ୩୪ ଜଣ ଉପସଭାପତି, ୩୦ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୫୩ ଜଣ ସମ୍ପାଦକ, ୮ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି ।

 

 

Breaking News