ରିପୋର୍ଟ କାର୍ଡ / ଭୁବନେଶ୍ୱରର
ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ବିଜେଡି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ସଂଗଠନରେ ପରିବର୍ତ୍ତନ କରିଛି । ନିକଟରେ ଦଳର ଜିଲ୍ଲା, ବ୍ଲକ ଓ ରାଜ୍ୟ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ଦଳ ପୁଣି ନୂଆ ନେତାଙ୍କୁ ନୂଆ ସ୍ଥାନ ନିଯୁକ୍ତି ଦେଇଛି । ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ୫ ଜଣ ନେତାଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଭବାନୀପାଟଣାର ସଭାପତି ଭାବେ ସୁରେନ୍ଦ୍ର ପ୍ରଧାନ, ଜୁନାଗଡ଼ର ସଭାପତି ଭାବେ ଦିନେଶ ବଗର୍ତ୍ତୀ, ଧର୍ମଗଡ଼ର ସଭାପତି ଭାବେ ମାନସ ରଞ୍ଜନ ବାଗ, ନର୍ଲାର ସଭାପତି ଭାବେ ଚିତ୍ତ ରଞ୍ଜନ ମଣ୍ଡଳ ଓ ଲାଞ୍ଜିଗଡ଼ର ସଭାପତି ଭାବେ ଶୈଳେନ୍ଦ୍ର ରାଜଙ୍କୁ ଦିଆଯାଇଥିବା ନେଇ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..