Report Card Odisha

| Daily Odia News

ପିପିଲି ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା,ବାଦ ପଡିଲେ ଅନୁଭବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନ ପାଇଁ ବିଜେଡି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଯାଉଥିବା ବେଳେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ତେବେ ବିଜେଡି ପକ୍ଷରୁ ପ୍ରଚାରର ମଇଦାନକୁ ଉଲ୍ଲହାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସ୍ଥାନ ଦିଆଯାଇଛି। ତେବେ ଏଥର ବି ଷ୍ଟାର ପ୍ରଚାରକ ତାଲିକାରେ ବାଦ ପଡିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ । ସାଧାରଣ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କର ଯଥେଷ୍ଟ କ୍ରେଜ ରହିଥିଲା । ମନେହେଉଛି କି ପାରିବାରିକ ବିବାଦରେ ଛନ୍ଦି ହେବା ପରଠାରୁ ଅନୁଭବଙ୍କୁ ଦଳ ପକ୍ଷରୁ ଗୁରୁତ୍ୱ ଦେଉ ନଥିବା ଜଣାପଡୁଛି । ଷ୍ଟାର ପ୍ରଚାରକ ତାଲିକାରେ ଦୁଇ ଅଭିନେତା ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ ରହିଛନ୍ତି । ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟଙ୍କୁ ସାମିଲ କରାଯାଇଛି ।

Breaking News