Report Card Odisha

| Daily Odia News

ବିଜେଡି ସଂସଦୀୟ ଦଳ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୧୮ ରୁ ସଂସଦର ମୌସମୀ ଅଧିବେଶନ ଆରମ୍ଭ ହେବ | ଅଧିବେଶନରେ ଦଳର ଆଭିମୁଖ୍ୟ କଣ ହେବ ତାକୁ ନେଇ ଆସନ୍ତାକାଲି ସନ୍ଧ୍ୟାରେ ବିଜେଡିର ବୈଠକ ଅନୁଷ୍ଠିତ ହେବ | ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକର ଅଧକ୍ଷାତା କରିବେ | ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେଡି ସାଂସଦମାନେ ଯୋଗ ଦେବେ | ସଂସଦର ମୌସମୀ ଅଧିବେଶନ ଜୁଲାଇ ୧୮ରୁ ଅଗଷ୍ଟ ୧୨ ରାତିଖ ପର୍ଯ୍ୟନ୍ତ ଚାଲିବ | ମୌସମୀ ଅଧିବେଶନ ଅବଧି ମଧ୍ୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ | ରାଷ୍ଟ୍ରପତି NDA ପାର୍ଥି ଦ୍ରୌପଦୀ ମୁର୍ମୁଙ୍କ ବିଜେଡି ସମର୍ଥନ ନେଇ ଘୋଷଣା କରିସାରିଛି | ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ | ବର୍ତ୍ତମାନ ସୁଦ୍ଧା ଉପରାଷ୍ଟ୍ରପତି ପାଦ ପାଇଁ ପାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ | ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପ୍ରସଙ୍ଗ ଆଲୋଚନା ହେବା ସମ୍ଭାବନା କମ ଥିବା ସୂଚନା ମିଳିଛି |

 

 

Breaking News