ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋହନ ସରକାର ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜୋରଦାର ପ୍ରତିବାଦ କରିଛି ବିଜେଡ଼ି । ଏ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଏହା ଏକ ଧୋକା ଓ ପ୍ରବଞ୍ଚନା। ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର୍ ଦାବି କରିଥିଲା। ହେଲେ ବିଜେପି ସରକାର ଏହାର ବିଶ୍ଳେଷଣ ନକରି ତରବରିଆ ନିଷ୍ପତ୍ତି ନେଇଛନ୍ତି। ଗ୍ରାଜୁଏସନ୍ ଓ ପିଜିରେ ସିଟ୍ ଖାଲି ପଡୁଛି। ଅଥତ ସରକାର ସେଠାରେ ସଂରକ୍ଷଣ ଲାଗୁ କରି ବାଃ ବାଃ ନେଉଛନ୍ତି । ଏହା କିପରି ବିଚାର ଓ ନିଷ୍ପତ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ । ତେଣୁ ବିଜେଡି ଦାବି ରଖୁଛି, ଓବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ। ଏହା ସହିତ ଶିକ୍ଷା କ୍ଷେତ୍ରରେ ଏସସି/ଏସଟି ମାନଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦିଆଯାଉ। ସେହିପରି ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି। ମୋହନ ସରକାରଙ୍କର ସଂରକ୍ଷଣ ନିଷ୍ପତ୍ତି ବିରୋଧରେ ଆସନ୍ତା ୨୧ ତାରିଖରେ ରାଜଭବନ ସାମ୍ନାରେ ବିଶାଳ ଗଣଧାରଣା ଦିଆଯିବ ଏବଂ ନିଷ୍ପତ୍ତିକୁ ବିରୋଧ କରାଯିବ । ଏହା ସହ ଆଗକୁ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି ।






More Stories
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..
ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ଅନୁମୋଦନ……
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……