ରିପୋର୍ଟ କାର୍ଡ / ଢେଙ୍କାନାଳ
ଅତାବିରା ଏବଂ ହିନ୍ଦୋଳ ଏନଏସସି ନିର୍ବାଚନରେ ବିଜୟ ଲାଭ କରିଛି ବିଜେଡି । ଢ଼େଙ୍କାନାଳ ହିନ୍ଦୋଳର ୧୬ଟି ୱାର୍ଡରୁ ବିଜେଡି ଦଳ ୧୧ଟିରେ ବିଜୟୀ ହୋଇଛି । ଅନ୍ୟପଟେ ୫ଟି ୱାର୍ଡରେ ବିଜେପି ଜିତିଥିବା ଜଣାପଡିଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର କେଶବ ପ୍ରଧାନ ବିଜୟୀ ହୋଇଛନ୍ତି । କିନ୍ତୁ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହିଁ । ସେହିପରି ବରଗଡ଼ ଅତାବିରା ଏନଏସି ନିର୍ବାଚରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସର ଦାପକ ରାୟ ବିଜୟୀ ହୋଇଥିବା ସୂଚନା ମିଳିଛି । ସେହିପରି ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ବିଜୟୀ ହୋଇଛନ୍ତି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..