ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଲୋକସଭା ଭବନ ଘେରାଉ କରିବାକୁ ଅଗ୍ରସର ହେଉଥିବା ବିଜେଡି କର୍ମୀଙ୍କୁ ଲୋୟର ପିଏମଜିରେ ଅଟକାଇଥିଲା ପୋଲିସ । ଫଳରେ ବିଜେଡି କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ । ବ୍ୟାରିକେଡ ଭାଙ୍ଗି ଲୋକସଭା ଭବନ ଆଡକୁ ଯିବାକୁ ପ୍ରୟାସ କରୁଥିବା ବେଳେ ଆନ୍ଦୋଳନକାରୀଙ୍କୁ ପାଣି ମାଡ କରିବା ସହ ଅଟକାଇଥିଲା । ପରେ ଶତାଧିକ ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି । ପୋଲିସ -ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କ ଗିରଫ ଦାବି କରିଛି ବିଜେଡି ।
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର: ବବି,ଡାନି ସୁଲତା ଆହତ…..
ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ…..