Report Card Odisha

| Daily Odia News

BJPରେ ମିଶିଲେ ଦେବାଶିଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଛନ୍ତି ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ। ଜନତା ଦଳରରୁ କ୍ୟାରିୟର ଆରମ୍ଭ କରିଥିଲେ। ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ଶ୍ରୀ ନାୟକ ମନ୍ତ୍ରୀ ମଧ୍ୟ ହୋଇଥିଲେ।

Breaking News