ରିପୋର୍ଟ କାର୍ଡ / ବାଲେଶ୍ୱର
ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ କାହିଁକି ଦଳରୁ ଇସ୍ତଫା ଦେଲେ, ସେ ନେଇ ସେଥିରେ କିଛି ଉଲ୍ଲେଖ କରି ନାହାନ୍ତି। ସୁକାନ୍ତ କୁମାର ନାୟକ ପ୍ରଥମେ ବିଜେଡିରେ ଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଓ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..