ରିପୋର୍ଟ କାର୍ଡ / ଭୁବନେଶ୍ବର
ଗଂଜାମ ଜିଲ୍ଲା ଖଲ୍ଲିକୋଟ୍ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଣୀ ସୁଜ୍ଞାନଙ୍କ ସମର୍ଥକମାନେ ବିଜେପିରେ ଯୋଗ ଦେଇଛନ୍ତି | ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ରହିଥିଲେ | ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣାଙ୍କ ନେତୃତ୍ୱରେ ସାମିଲ ଖଲ୍ଲିକୋଟ ଏବଂ ଚିକିଟିର ଏକାଧିକ ସରପଂଚ, ପୂର୍ବତନ ସରପଂଚ, ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କବିସୂର୍ଯ୍ୟନଗର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀଙ୍କ ସହ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପିିସିସି ମୁଖପାତ୍ର ପୀତବାସ ପଣ୍ଡାଙ୍କ ସହ ଗଂଜାମ ବାର କାଉନସିଲର ଏକାଧିକ ଆଇନଜୀବୀ ବିଜେପିରେ ଯୋଗ ଦେଇଛନ୍ତି।






More Stories
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..